STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ପ୍ରାର୍ଥନା ହିଁ ସମ୍ଭାବନା

ପ୍ରାର୍ଥନା ହିଁ ସମ୍ଭାବନା

1 min
24


ଯାଚନା ଅବା ଭିକ୍ଷା ଅନ୍ୟ ଅର୍ଥରେ

ପ୍ରାର୍ଥନା ନାମରେ ଖ୍ୟାତ 

ଦେବତାଙ୍କ ଠାରୁ ମଙ୍ଗଳ କାମନା

ପ୍ରାର୍ଥନା ସହ ଜଡ଼ିତ

ମାଲିକ ଅବା ଗୁରୁଜନ ପାଶେ

ଭୁଲ୍ ର କ୍ଷମା ପ୍ରାର୍ଥନା

ନିମ୍ନସ୍ଥ କର୍ମଚାରୀଙ୍କ ଆବେଦନ

ନିବେଦନ ବି ପ୍ରାର୍ଥନା

ଠାକୁରଙ୍କ ନିକଟେ ଦୁଃଖ ପ୍ରାର୍ଥନା 

ମୂଲ୍ୟ ବି ସମ୍ପୂର୍ଣ୍ଣ ଭିନ୍ନ

ମୁଦ୍ରିତ ନୟନେ ମନ ଭାବ ବ୍ୟକ୍ତ

ସହ ସମ୍ପର୍କ ସ୍ଥାପନ ।


ଇପ୍ସିତ ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରକ୍ରିୟା

ସହ ହୃଦେ ବ୍ୟାକୁଳତା

ନିଜ ବା ଅନ୍ୟର କଲ୍ୟାଣ ନିମନ୍ତେ

ଥାଏ ହୃଦୟରେ ଚିନ୍ତା

ଜପ-ତପ,ଭଜନ-କୀର୍ତ୍ତନ,ବ୍ରତ

ବଳି ନୈବେଦ୍ୟ ପ୍ରାର୍ଥନା

ଉପବାସ ଧାରେ ବିଶ୍ୱାସ ହିଁ ଦୃଢ଼

ଚିତ୍ତ ହୁଏ ସ୍ଥିର ମନା 

ଅର୍ଚ୍ଚନ ବନ୍ଦନ କୀର୍ତ୍ତନ ସ୍ମରଣ

ଅବା ଆତ୍ମ ନିବେଦନ

ନବଧା ଭକ୍ତିରେ ପ୍ରାର୍ଥନା ର ତତ୍ତ୍ଵ

ପ୍ରାୟ ଏକ ଉପାଦାନ ।


ମନରେ ନୈତିକ ଉନ୍ନତି ସାଧନ

ଆପେ ପ୍ରାର୍ଥନା ବଳରେ

ବିଶୁଦ୍ଧତା,ନିର୍ମଳତା,ପବିତ୍ରତା

ଜାଗି ଉଠେ ହୃଦୟରେ

ପ୍ରାର୍ଥନା ରୂପକ ଭକ୍ତି ବଳେ ମନ

ଇଶ ସଙ୍ଗେ ସମନ୍ୱିତ

ହୃଦୟର ଭାବ ବିନିମୟ ସହ

ମନ ପ୍ରାଣ ଭୟ ମୁକ୍ତ

ପ୍ରାର୍ଥନା ସହ ଜ୍ଞାନ,ବୁଦ୍ଧି, ଧୀ-ଶକ୍ତି

ଚାତୁର୍ଯ୍ୟ ଅବା ବାଗ୍ମିତା 

ନୁହେଁ ଆବଶ୍ୟକ ଅଗାଧ ପାଣ୍ଡିତ୍ୟ

ବୋଧ ଶକ୍ତି ତୀକ୍ଷଣତା 

ଈଶ୍ୱର କେବଳ ଜାଣନ୍ତି ହୃଦୟ

ପାଣ୍ଡିତ୍ୟ ଅଲଗା ଭାବେ

ଅପାଠୁଆ ମୂର୍ଖ ଅଧମ ଚଣ୍ଡାଳ

ସର୍ବେ ପ୍ରିୟ ଭକ୍ତି ଭାବେ

ଗର୍ବ ଅହଙ୍କାର କାମନା ବାସନା

ଲୋଭ କ୍ରୋଧ ଘୃଣା ମୁକ୍ତ

ନିର୍ମଳ ହୃଦୟେ ଶ୍ରଦ୍ଧାର ସହିତ

ପ୍ରାର୍ଥନା ହିଁ ଶକ୍ତ ଅସ୍ତ୍ର 

ପରମାତ୍ମା ସ୍ଵୟଂ ଭକ୍ତର ହୃଦୟ

କରନ୍ତି ପରିବର୍ତ୍ତିତ

ପ୍ରାର୍ଥନା ବଳରେ ପରମାତ୍ମା ହୃଦ

ଭକ୍ତି ବଳେ ବିଗଳିତ ।


ଦୁଃଖ ସମସ୍ୟାରେ ଭାରାକ୍ରାନ୍ତ ହୃଦ

ହୁଏ ଯଦି ନିରୁପାୟ

ଜୀବନ ଯାତ୍ରାରେ ଅମା ଅନ୍ଧକ୍ତାରେ 

ପ୍ରାର୍ଥନା ଏକାନ୍ତ ଶ୍ରେୟ

ସ୍ତୁତି ଓ ପ୍ରଶଂସା ଗାନ ସହିତରେ

ପ୍ରାର୍ଥନାରେ ହେଲେ ରତ

ଔଷଧ ଠାରୁ ବି ହୁଏ ଫଳପ୍ରଦ

ପ୍ରାର୍ଥନା ହିଁ ମହାମନ୍ତ୍ର 

ଈଶ୍ୱର ସହିତ ପ୍ରତ୍ୟକ୍ଷ ସମ୍ପର୍କ

ମାଧ୍ୟମ ମାତ୍ର ପ୍ରାର୍ଥନା

ନିଷ୍କପଟ ହୃଦେ ଦୁଃଖ ଭାବ ବ୍ୟକ୍ତ

ପ୍ରାର୍ଥନା ହିଁ ସମ୍ଭାବନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics