STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଲଳିତ ଓଁ କାର ସ୍ଵରେ (ମୋ ସକାଳ-1)

ଲଳିତ ଓଁ କାର ସ୍ଵରେ (ମୋ ସକାଳ-1)

1 min
14

  

ବିଷାଦ ର ଅନ୍ଧାରକୁ ଭାଙ୍ଗି ଦେଇ ପ୍ରଭାତ

ଆମୋଦେ ଆସୁ ସକାଳ ଗାଇ ପୂଣ୍ୟ ସଂଗୀତ 

ବିହାୟସେ ବିହଙ୍ଗମ

ନୀଡ ଛାଡି କଳରବେ କରନ୍ତୁ ଭ୍ରମଣ ।।


କାଳ କଳଙ୍କ ରଜନୀ କଳା କରି ସମାପ୍ତ

ପ୍ରାତିଚୀ ଭାଲେ ଧରମ ହୋଇ ଆସୁ ଉଦିତ

ଆଲୋକରେ ଅନୁପମ

ଆଣୁ ପ୍ରାତଃ କାଳ ପ୍ରାଣେ ନୂତନ ସ୍ପନ୍ଦନ ।।


ନୀରାଶା ଅନ୍ଧାର ରାତି ବିଯୁକ୍ତ ୟେ ସକାଳ 

ଶୀତଳ ମଳୟ ସ୍ପର୍ଶେ ମନ୍ଦଗତି ଅନୀଳ

ଲହରୁ ପ୍ରକୃତି ରାଣୀ

ପ୍ରଭାତେ ଉଲ୍ଲାସେ ରଚୁ ବାଣୀ ବୀଣା ଧ୍ଵନୀ ।।


ଅସ୍ତମିତ କୁଆଁ ତାରା ଅଗ୍ନିଦଗ୍ଧ ସୁବର୍ଣ୍ଣ

ଯେହ୍ନେ ରୂପ ଦିଶୁ ତହୁଁ ବଳି ରଙ୍ଗ ବରଣ

ଲଳିତ ଓଁ କାର ସ୍ଵରେ

ଗୁଞ୍ଜରିତ ହୋଇ ଆସୁ ଅମୃତ ସକାଳେ ।।


ପବିତ୍ର ସକାଳ ଶୌର୍ଯ୍ୟ ବୀର୍ଯ୍ୟ ଶକ୍ତି ପୁରିତ 

ହୋଇ ଆସୁ ଧରା ଶୋଭା କୁସୁମ ରେ ଶୋଭିତ

ଖୋଲି ଦେଇ ଦୁଃଖ କାରା

ଫେଇ ଦେଇ ଆସୁ ସୁଖ ସୌଭାଗ୍ୟ ପସରା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics