Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhat Kumar Mallick

Comedy

4  

Prabhat Kumar Mallick

Comedy

ହାପ୍ ପ୍ଯାଣ୍ଟ (ରମ୍ଯ କବିତା)

ହାପ୍ ପ୍ଯାଣ୍ଟ (ରମ୍ଯ କବିତା)

1 min
324



ହାପ୍ ପ୍ଯାଣ୍ଟ ଏବେ ସଭିଙ୍କ ପ୍ରିୟ

ବାପା ସହ ପୁଣି ପିନ୍ଧଇ ପୁଅ ।


ଗୋସାପ ପିନ୍ଧେ ଲାଜେଇ ଲାଜେଇ 

ନାତୁଣୀ ପିନ୍ଧେ ଛାତିକୁ ଫୁଲେଇ ।


ଶାଶୁ ସଙ୍ଗେ ବୋହୂ ହୁଅଇ କଥା 

ମୋ କଥା ଟିକିଏ କରନ୍ତୁ ଚିନ୍ତା ।


ଶାଢୀ ସାୟା ଲାଗେ ଭାରି ଅଡୁଆ 

ହାପ୍ ପ୍ଯାଣ୍ଟ ସତେ ଭାରି ବଢିଆ ।


ଉପରେ ଖଣ୍ଡିଏ ଟି-ସାର୍ଟ ହେଲେ 

ଅନେକ ପଇସା ବଳିବ ଭଲେ ।


ବାରମ୍ବାର ଶାଢୀ ସଜଡା ପାଇଁ 

ସମୟ ନଷ୍ଟ ଯେ ହୋଇବ ନାହିଁ ।


ପବନ ବାଜିବ ଗୋଡ ହାତରେ  

ସବୁ କାମ ହେବ ଥଣ୍ଡା ମନରେ ।


ଘରକୁ ଅତିଥି ଆସିବେ ଯଦି 

ଶାଢୀକୁ ଗୋରାଇ ଦେବି ଜଲଦି ।


ମୁଣ୍ଡରେ ଓଢ଼ଣୀ ପକାଇ ଦେଇ

ଠାକୁରଙ୍କ ପୂଜା କରିବି ମୁହିଁ ।


ତୁମ ପୁଅ ସାଥେ କଥା ହୋଇଛି

ଆଣି ଦେବେ ତାଙ୍କ ଇଚ୍ଛା ତ ଅଛି ।


ବାପାଙ୍କୁ ତୁମେ ଦେବ ବୁଝାଇ  

ସବୁକୁ ଧରିଲେ ଚଳିବ ନାହିଁ ।


ସବୁ କଥା ଶୁଣି ଶାଶୁ ବୁଢିଟୀ 

ବୋହୂକୁ ଚାହିଁଲା ଆଖି ତରାଟି ।


କରିପକା ଯାହା ଇଚ୍ଛା ହଉଛି 

ମୋର କଥା ଏଠି କିଏ ମାନୁଛି ।


କହିଲେ କହିବ ବେଶୀ କହୁଛି 

ତୋ ବାପର କ'ଣ ହେଇ ଯାଉଛି ।


ଦେହକୁ କେହିବି ନେବେନି ଜମା 

ଭୁଲ୍ ଥିବ ଯଦି କରିବେ କ୍ଷମା ।



Rate this content
Log in

Similar oriya poem from Comedy