STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆମ ଅଗଣାର ତାରାଫୁଲ

ଆମ ଅଗଣାର ତାରାଫୁଲ

1 min
286


ମନ ଲଗାଇଲେ ବାଳକେ

ମିଳେ ଅପାର ସିଦ୍ଧି 

ଅଭ୍ୟାସ ବଳରେ ଆୟତ୍ତ 

ଜ୍ଞାନ ବିଦ୍ୟା ଓ ବୁଦ୍ଧି । 

ପତ୍ର ଦୁଇଟିରୁ ମହକେ 

ବନ୍ଦନୀୟା ତୁଳସୀ

ସର୍ବଗୁଣ ସର୍ବ ସମ୍ପର୍ଣା

ଉପକାରୀ ଔଷଧୀ ।

ଜ୍ଞାନ ସୁଗଭୀର ସାଗର

ବୁଦ୍ଧି ମୁକ୍ତା ଯେସନ

ଅରଜ ଅଭ୍ୟାସେ ବାଳକେ

ଦେଇ ମନ ଲଗନ ।

ଅଳପ ଜ୍ଞାନ ତ ଅଟଇ

ଭୟଙ୍କର ସର୍ବଦା

କେଉଁ କୂଳ ଯୋଗ୍ୟ କରେନା

ମାରେ ନଈର ଅଧା ।

ଅତି ଅଟେ ସବୁ କଥାରେ

ସବୁବେଳେ ଅହିତ

ଦର୍ପ ଅହଙ୍କାର ଇର୍ଷାରେ

ନିଜେ ଜଳେ ମଣିଷ ।

ଅରଜିଲେ ଅର୍ଥ ଲୋଭରେ

ଖାଏ ଚୋର ବଇଦ

ଭୟରେ କୃପଣ ଅସ୍ଥିର

ରାତ୍ରେ ନହୁଏ ନିଦ ।

ଆପଣାର ବୁଦ୍ଧି ବିବେକ

ପରିଶ୍ରମ ଯୋଗ୍ୟତା

ଉପଯୋଗ କଲେ ଉତ୍ତମ

ମିଳେ ପଦ କ୍ଷମତା ।

ଆମ ପରିବାର ସମାଜ

ସଂସ୍କୃତିର ପ୍ରବାହ

ସହଯୋଗ ସହଭାଗୀରେ

ମିଳେ ସୋହାଗ ସ୍ନେହ ।

ସାମାଜିକ ପ୍ରାଣୀ ମଣିଷ

ପୁଣ୍ୟ ପରୋପକାର

ଛାଡିଲେ ନିହିତ ସ୍ୱାର୍ଥକୁ

ଦେବ ସମାନ ନର ।

ଈଶ୍ୱରଙ୍କ ଠାରେ ଭକତି

ସୁମଧୁର ବଚନେ

ସନ୍ତୋଷିତ ହୁଏ ପରାଣ

ମନ ଲାଗେ ସତ୍କର୍ମେ ।

ଲଭି ଗୁରୁଜନ ଆଶୀଷ

ସ୍ନେହ ଆଦର ପ୍ରେମ

ଆନନ୍ଦ ଉତ୍ଫୁଲ୍ଲ ବାଳକେ

ହୁଅ ସଫଳକାମ ।

ଅଗଣାର ଜ୍ୟୋତି କୋମଳ

ଫୁଲ ଜାତି ପ୍ରଜାତି

ବିକାଶ ସୌରଭ ସୌଜନ୍ୟ

ଜ୍ଞାନ ବୁଦ୍ଧି ସୁମତି ।


Rate this content
Log in

Similar oriya poem from Inspirational