STORYMIRROR

Siba Sethy

Abstract Others Children

4  

Siba Sethy

Abstract Others Children

ବରଷା ରାଣୀ

ବରଷା ରାଣୀ

1 min
252


ବରଷା ଆସିଲେ ଚାଷୀ ଭାଈ ହସେ ହସୁଛି ସବୁଜ କ୍ଷେତ

ବିଜୁଳି ବଜାଏ ବୀରତୂର ବାଦ୍ୟ ପବନ ଗାଉଛି ଗୀତ ।


ମହକି ବାସୁଛି ଭିଜାମାଟି ବାସ୍ନା ଆସିଛି ବରଷା ରାଣୀ

ସବୁଜ ସୁନ୍ଦର ଦିଶଇ ଧରଣୀ ମନ ନେଇଯାଏ କିଣି ,

ଶୀତୁଆ ପବନ ଦେହ ଛୁଇଁ ଯାଏ ଆସିଛି ଆଜି ମୋ ମିତ

ବରଷା ଆସିଲ ଚାଷୀ ଭାଈ ହସେ ହସୁଛି ସବୁଜ କ୍ଷେତ।


ତନୁ ମନ ପ୍ରାଣ ରୋମାଞ୍ଚିତ ହୁଏ ଭରିଦିଏ ମାଦକତା

ପହିଲି ବର୍ଷାର ପ୍ରୀତିର ସ୍ପର୍ଶରେ ଖେଳେ ନବଯୌବନତା।


ନିଦାଘ ଶେଷରେ ମୌସୁମୀ ଆସିଛି ପୁରି ଉଠେ ନଦୀ ନାଳ

ନୀଳ ଆକାଶରେ ବିଜୁଳି ସଙ୍ଗରେ କଳା ମେଘ ଖେଳେ ଖେଳ ,

ଇନ୍ଦ୍ରଧନୁ ଆଜି କୋଟିଶିରୀ ଭରି ସାତରଙ୍ଗେ ଆଚ୍ଛାଦିତ 

ବିଜୁଳି ବଜାଏ ବୀରତୂର ବାଦ୍ୟ ପବନ ଗାଉଛି ଗୀତ ।


ବର୍ଷା ଆଗମନେ ମୋର ଏ ହୃଦୟ ଲାଗୁଅଛି ଭରି ପ୍ରୀତ 

ମୁଁ ଶିବ ଚାତକ ପକ୍ଷୀଟେ ସାଜିଛି ବର୍ଷା ପ୍ରେମେ ଆଜି ମତ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract