Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Siba Sethy

Children

4.5  

Siba Sethy

Children

ଅକୁହା କଥା

ଅକୁହା କଥା

1 min
173



ଜୀବନର ରାସ୍ତା ଅଙ୍କା ବଙ୍କା ଆଜି

ଚାଲିବାକୁ ଶକ୍ତି ନାହିଁ

ପ୍ରତିଟି ପାଦରେ କଣ୍ଟା ଫୁଟିଯାଏ

ଆଖି ଲୁହ ଶୁଖେ ନାହିଁ ।


ହାରିଛି ଜିତିଛି ହରେଇଛି କିଏ 

ଜିତେଇଚି ମୁଁ କାହାକୁ 

ମାନେନାହିଁ ବନ୍ଧୁ ସବୁତ ଭୁଲିଛି 

ଇଚ୍ଛା ନାହିଁ ଜାଣିବାକୁ ।


ନିରାଶ ବାଦଲ ଆଶକୁ ଢାଙ୍କିଛି

କରିଦେଇ ସତେ ବନ୍ଦୀ

ଛଳନା ଜାଲରେ ବିଶ୍ୱାସ ମନଟା 

ହୋଇଯାଏ ପୁଣି ଛନ୍ଦି ।


ଅନ୍ତର ଭିତରେ ଥାଏ ଘୃଣା ଭାବ

କିଛି ନୂଆ କଥା ନାହିଁ

ପ୍ରତାରଣା ମିଳେ ପ୍ରେମ କଲେ ବୋଲି 

ହୃଦୟ ମୁଁ ଦିଏ ନାହିଁ ।


ପଡୁଛି ଉଠୁଛି ତଥାପି ଚାଲିଛି

ଜୀବନର ଚଲା ବାଟେ

ନିଜ କର୍ମ କରି ଭାଗ୍ୟକୁ ଆଦରି

ଜୀବନ ଆମର କଟେ ।


ବହୁଜନମର ପୁଣ୍ୟ ଫଳ ଯୋଗୁଁ

ମଣିଷ ଜୀବନ ଲଭଇ 

ଦୃଢ଼ ମନା ବ୍ୟକ୍ତି ନହୁଏ ପରାସ୍ତ 

ଯଶ କୀର୍ତ୍ତି ଅରଜଇ ।


     


Rate this content
Log in

Similar oriya poem from Children