Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Siba Sethy

Inspirational

3  

Siba Sethy

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
162


ନାରୀ ନାରାୟଣୀ ଜଗତ ଈଶ୍ୱରୀ

ଚିରନ୍ତନ ସତ୍ୟ ସେହି

ଲୁହ ପିଇ ପିଇ ସପନ ଦେଖଇ

ଘର ପାରିବାର ପାଇଁ ।


ନାରୀ ରୂପେ ସିଏ ଚିର ବନ୍ଦନୀୟ

ଜଗତ କଲ୍ୟାଣମୟୀ

ନାରୀ ଏକା ସିଏ ସୃଷ୍ଟିର ଆଧାର

ଜଗତ ପାରଇ ଜିଣି।


ପ୍ରିତି ତରଙ୍ଗିଣୀ ବିଶ୍ଵ ମୋହିନୀ

ଭଗିନୀ ଜନନୀ ନାରୀ

ଦେବୀର ଆସନେ ଅଧିଷ୍ଠିତ ସେହି

ନାଆଁ ଟି ତାହର ନାରୀ ।


ଜୀବନ ଯଜ୍ଞରେ ଆହୁତି ସାଜି ସେ

ପ୍ରତିଦିନ ଜଳୁଥାଏ 

ଦୁଇ କୁଳ ପାଇଁ ଜୀବନ ଉସର୍ଗ

ଦୁହିତା ଜନମ ଇଏ।


କେତେ ସେ ସହିଛି ଲାଞ୍ଛନା ତାରଣା

ମୁଁହ ଖୋଲି କହି ନାହିଁ

ସୁଦୃଢ଼ କରିଛି ମନବଳ ନିଜ

ନାରୀ ରୂପେ ନାରାୟଣୀ ।


Rate this content
Log in

Similar oriya poem from Inspirational