STORYMIRROR

Siba Sethy

Inspirational

3  

Siba Sethy

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
172

ନାରୀ ନାରାୟଣୀ ଜଗତ ଈଶ୍ୱରୀ

ଚିରନ୍ତନ ସତ୍ୟ ସେହି

ଲୁହ ପିଇ ପିଇ ସପନ ଦେଖଇ

ଘର ପାରିବାର ପାଇଁ ।


ନାରୀ ରୂପେ ସିଏ ଚିର ବନ୍ଦନୀୟ

ଜଗତ କଲ୍ୟାଣମୟୀ

ନାରୀ ଏକା ସିଏ ସୃଷ୍ଟିର ଆଧାର

ଜଗତ ପାରଇ ଜିଣି।


ପ୍ରିତି ତରଙ୍ଗିଣୀ ବିଶ୍ଵ ମୋହିନୀ

ଭଗିନୀ ଜନନୀ ନାରୀ

ଦେବୀର ଆସନେ ଅଧିଷ୍ଠିତ ସେହି

ନାଆଁ ଟି ତାହର ନାରୀ ।


ଜୀବନ ଯଜ୍ଞରେ ଆହୁତି ସାଜି ସେ

ପ୍ରତିଦିନ ଜଳୁଥାଏ 

ଦୁଇ କୁଳ ପାଇଁ ଜୀବନ ଉସର୍ଗ

ଦୁହିତା ଜନମ ଇଏ।


କେତେ ସେ ସହିଛି ଲାଞ୍ଛନା ତାରଣା

ମୁଁହ ଖୋଲି କହି ନାହିଁ

ସୁଦୃଢ଼ କରିଛି ମନବଳ ନିଜ

ନାରୀ ରୂପେ ନାରାୟଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational