STORYMIRROR

Siba Sethy

Inspirational

3  

Siba Sethy

Inspirational

ଗୁରୁଦେବ

ଗୁରୁଦେବ

1 min
182


ଅଜ୍ଞାନ ରୂପକ ଅନ୍ଧାର ନାଶନ୍ତି ଜ୍ଞାନର ପ୍ରଦୀପ ଧରି 

ସୁଗମ୍ୟ କରନ୍ତି କଣ୍ଟକିତ ପଥ କଲ୍ୟାଣ ଆଶିଷ ଭରି ।


ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର ଗୁରୁ ହଁ ଜ୍ଞାନର ଦାତା 

ଗୁରୁ ବିନା ଜ୍ଞାନ ନହୁଏ ପ୍ରଦାନ ଗୁରୁ ହିଁ ହର୍ତ୍ତା କର୍ତ୍ତା ।


ମଧୁର ସଙ୍ଗୀତ ଜୀବନେ ମୋହରି ନାହିଁକେ ତାଙ୍କରି ପରି

ଅଜ୍ଞାନ ରୂପକ ଅନ୍ଧାର ନାଶନ୍ତି ଜ୍ଞାନର ପ୍ରଦୀପ ଧରି ।


ଜଗତ ହିତରେ ସଳିତା ସାଜନ୍ତି ସମଗ୍ର ଜୀବନ ପାଇଁ

ଆଦର୍ଶ ସମାଜ ଗଠନ କରନ୍ତି ଗୁରୁ ଶିକ୍ଷାଦାନ ଦେଇ ।


ଗୁରୁଙ୍କ ଆଶିଷେ ଅସାଧ୍ୟ ସାଧଇ ସଫଳତା ଶୀର୍ଷ ଛୁଏ 

ଯଶ କୀର୍ତ୍ତି ଅର୍ଜେ ମହୀ ମଣ୍ଡଳରେ ଗୁରୁ ସେବା କରେ ଯିଏ ।


ଜ୍ଞାନର ସାଗର ସ୍ଵୟଂ ଗୁରୁଦେବ ଅଜ୍ଞାନୁ କରନ୍ତି ପାରି

ସୁଗମ୍ୟ କରନ୍ତି କଣ୍ଟକିତ ପଥ କଲ୍ୟାଣ ଆଶିଷ ଭରି।


ମୂଲ୍ୟହୀନ ଏହି ଜୀବନକୁ ମୋର କରିଛନ୍ତି ମୂଲ୍ୟବାନ

ଗୁରୁଙ୍କ ଚରଣେ ପ୍ରଣାମ ଜଣାଏ ମୁହିଁ ଶିବ ଆକିଞ୍ଚନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational