STORYMIRROR

Siba Sethy

Children

3  

Siba Sethy

Children

ସ୍ୱାଧିନ

ସ୍ୱାଧିନ

1 min
228

ମନେ ପଡେ ଆଜି ବୀରପୁରୁଷଙ୍କ 

ଦେଶ ପାଇଁ ବଳିଦାନ

ମନେ ପଡେ ଆଜି ଗାନ୍ଧୀ ଗୋପବନ୍ଧୁ

ସୁବାଷଙ୍କ ରକ୍ତ ଦାନ ।।


ବନ୍ଧୁକ ମୁନକୁ ଖାତିରି ନ କରି

କରିଥିଲେ ଆନ୍ଦୋଳନ

ଆଶା ବିଶ୍ଵାସର ପ୍ରତୀକ ହୋଇ ସେ

ଫେରାଇଲେ ସ୍ଵାଧୀନ ।।


ଭାରତ ମାତାର ସୁରକ୍ଷା ପାଇଁକି

ଗଲେ ସେ ଶହିଦ୍ ହୋଇ

ଅଂହିସା ବଳରେ ଆନ୍ଦୋଳନ କରି

ହିଂସାକୁ ଦେଲେ ଦୂରେଇ ।।


ସ୍ୱାଧିନ ହୋଇଛି ଭାରତ ସିନାରେ

ଲୋକ ଏଠି ପରାଧୀନ

ନାରୀର ମାଂସକୁ ଝୁଣି ଖାଏ ନର

ହୋଇ ଶୃଗାଳ କୁକୁର ।।


ପାଠ ପଢି ଯାଇ ନାବାଳିକା ଏଠି 

ସାଜୁଅଛି ପୁଣି ମାଆ

ଭୋକ ଉପାସରେ ଛଟ ପଟ ହୋଇ

 ପୁଅଟା ଛାଡୁଚି ଗାଆଁ ।।


ଜୀଇଁଛି କେବଳ ବଞ୍ଚିବା ଆଶାରେ

ନିଇତି ଢାଳୁଚି ଲୁହ

ଲୋଡା ନାହିଁ ବନ୍ଧୁ ଏପରି ସ୍ୱାଧିନ

ପ୍ରତିଦିନ ପିଏ ବିଷ ।।


ଜାଗି ଉଠ ଆହେ ଭାରତବାସୀ

ଡାକୁଛି ଭାରତ ମାଆ

କରିବା ବିନାଶ ଦେଶ ବିରୋଧୀଙ୍କ

ପୋଛି ଦେବା ତାଙ୍କ ନାଆଁ ।।


ତାହାରି ମାଟିରେ ଜନମିଛୁ ଆମେ

କରିବା ତାହାରି କାମ

ଭାରତ ମାତାର ସନ୍ତାନ ଆମେରେ

ରଖିବା ତାହାରି ନାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children