ମା
ମା
ମାଆର ପରଶ ଅମୃତ ସମାନ
ତା କୋଳେ ସରଗ ସୁଖ
ଅଳି ଅଝଟ କୁ ଭୁଲିଯାଇ ସବୁ
ମୁଖରେ ଫୁଟାଏ ହସ ।
ବିପଦେ ଅପଦେ ରକ୍ଷା କବଚ ସେ
ତାହା ପରି କେହି ନାହିଁ
ମାଆର ପଣତ ଶ୍ରୀ ମନ୍ଦିର ନେତ
ଡର ଭୟ କିଛି ନାହିଁ ।
ଫୁଲଠୁ କୋମଳ ସ୍ନେହ ତା ମଧୁର
ଅପରୂପ ଦିବ୍ୟ କାନ୍ତି
ତାର ବିନା ମୋର ନାହିଁ ଟି ଅସ୍ତିତ୍ବ
ସେହି ମୋର ଆତ୍ମଶାନ୍ତି ।
ଆଶାର ଆଲୋକ ମୋ ବିଶ୍ଵ ଭୁବନ
କୋଳେଇ ଧରିଛି ମୋତେ
କରୁଣାମୟୀ ସେ ଦାୟର ସାଗର
ତୋ ପାଦ ଶରଣ ପଶେ ।
ମାଆ ଠାରୁ ବଳି ଏ ତିନି ଭୁବନେ
କୁହ ଭାଈ କିଏ ଅଛି
ଚିର ବନ୍ଦନୀୟ ସେ ଅମୃତ ନାମ
ଗାଉଥିବି ଜୟ ଗୀତି ।