Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Siba Sethy

Children

4.5  

Siba Sethy

Children

ନୂଆବର୍ଷ

ନୂଆବର୍ଷ

1 min
263


ସ୍ୱାଗତ ଜଣାଏ ନୂତନ ବର୍ଷକୁ

ଅନ୍ତର ପ୍ରଦୀପ ଜାଳି

ଧରା ଧାମେ ଆଜି ଖୁସିର ରୋଷଣୀ

ଅମୃତ ପଡୁଛି ଝରି ।


ସବୁ ମନ ଆଜି ଉତ୍ଫୁଲ୍ଲିତ ହୁଏ

ବାଜିଲାଣି ଶୁଭ ଶଙ୍ଖ

ନୂତନ ବର୍ଷର ନୂତନ କିରଣେ 

ପାପ ରାଶି ହେଉ କ୍ଷୟ ।


ଖୁସିରେ ନାଚିବା ହସିବା ଗାଇବା

ଆସିଛି ନୂଆ ବରଷ

ଖୁସି ଭରିଯାଉ ସଭିଙ୍କ ଓଠରେ

ଉଲ୍ଲସିତ ହେଉ ମନ ।


ରାଗ ଋଷା ଆଉ ମାନ ଅଭିମାନ

ମନରୁ ଦୂରେଇ ଦେବା

ନିଜେ ହସି ପୁଣି ଅନ୍ୟକୁ ହସାଇ

ଦୁଃଖ ଶୋକ ଭୁଲି ଯିବା ।


ସୂରୁଜ ଉଇଁଲା ସକାଳ ହୋଇଲା

ପୂରୁବ ଆକାଶେ ଦେଖ

ରାତ୍ରିର କାଳିମା ଅନ୍ଧାରକୁ ଭେଦି

ଭରିଲା ନୂଆ ବିଶ୍ୱାସ ।


ଅନାଥର ନାଥ ପ୍ରଭୁ ଜଗନ୍ନାଥ

ତୁମ୍ଭ ଜୟ ସଦା ହେଉ

ଦେହରେ ମନରେ ପ୍ରତିଟି କୋଣରେ

ତୁମ ନାମ ଶୁଭୁ ଥାଉ ।


ଦୟାମୟ ତୁମେ ଦୟା କର ଟିକେ

ବେସୁରା ନହେଉ ସ୍ୱର 

ନୂତନ ବର୍ଷରେ ସଭିଙ୍କ ଉପରେ

ଢାଳି ଦିଆ ଆର୍ଶୀବାଦ ।।



Rate this content
Log in

Similar oriya poem from Children