Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Drama Tragedy Inspirational

3  

Madhu mita

Drama Tragedy Inspirational

କେଜାଣି କାହିଁକି

କେଜାଣି କାହିଁକି

1 min
185


ଟିକେ ଦେଖି ଦେଇଥିଲା ସେ

ତେରଛା କରି

ଆଖିରେ ଅନେକ କିଛି କହି ଯାଇଥିଲା

ଧିରେ ଚୁପ୍ କରି ।


କଥାରେ କିଛି ନୁହେଁ

କିନ୍ତୁ ଅନେକ କଥା ଥିଲା

ତା ଆଖି ଦି ଟାରେ ସତେ

ଜୀବନ ମୃତ୍ୟୁର ଖେଳ ଚାଲିଥିଲା ।


ତ୍ରସ୍ତ ହରିଣୀ ସଦୃଶ

ଦୌଡ଼ି ସେ ଅବଶ ହୋଇ ପଡ଼ିଥିଲା

ସତେକି ମହାବଳ ବାଘ

ତା ପଛରେ ଗୋଡ଼ାଉଥିଲା ।


ଝର୍କା ଖୋଲା ଦେଖି

ସେ ଦୁଇହାତ ମେଲେଇ ଦେଇଥିଲା

ବଞ୍ଚାଇବାକୁ ସତେ ମୋତେ

ନୀରବ ମିନତି କରି ପକେଇଥିଲା ।


ଅଭୟ ଦେଇ ହାତ ଠାରି

ଭିତରକୁ ଧୀରେ ଡାକି ଦେଇଥିଲି

ପୁରୁଷ ଭିତର ମଣିଷଟାକୁ

ଥରେ ଯେପରି ଚିହ୍ନି ପାରିଥିଲି ।


କେଜାଣି କାହିଁକି ସେଦିନ

ପଶୁତ୍ଵ ବହୁତ୍ ଘୃଣା ଲାଗୁଥିଲା

ଆଦିମ ପିପାସା କବଳୁ

ମୁକୁଳି ଯିବାକୁ ଇଛା ହେଉଥିଲା.. ।



Rate this content
Log in

Similar oriya poem from Drama