STORYMIRROR

Dr.Priyadarshee Praharaj

Drama Tragedy Classics

3  

Dr.Priyadarshee Praharaj

Drama Tragedy Classics

ସବୁଦିନେ ନା ଦିନଟେ ପାଈଁ

ସବୁଦିନେ ନା ଦିନଟେ ପାଈଁ

1 min
593


ମୁଁ ପ୍ରାପ୍ତ ସ୍ବୀକାର କରେ,

ନାରୀ ଭିନ୍ନ ରୂପୀ 

ମମତାମୟୀ, ସ୍ନେହମୟୀ, ସମାଯୋଜନୀ, ପ୍ରଶ୍ରୟଦାୟୀନୀ

ହେଲେ ସମୟ ବଦଳିବା ସଙ୍ଗେ ଅର୍ଥ ବଦଳିଛି

ଲାଜକୁଳୀଲତା ଟେ ପତ୍ର ବଦଳରେ ମେଲେଇଚି କଣ୍ଟା ।


ସୁଯୋଗ ନେଇ ହୋଇଛି ସୁବିଧାବାଦୀ,

ଦାୟିତ୍ଵ ଭାରକୁ ତର୍କସଂଗତେ ଦମନ କରିଛି

ଆଇନ ର ଚକ୍ରଭ୍ୟୁୟ ରଚି ଅପରାଧକୁ ପ୍ରଲୁଦ୍ଧ କରିଛି

ନିଜେ ନିଜ ସଂଜ୍ଞା ର ଶତ୍ରୁ ପାଲଟିଛି।


ମାତୃତ୍ଵ ବୁଝି ପାରିଛି ଯଦି ନାରୀ,

କାଇଁ ଆଯି ଆନେକ ବୃଦ୍ଧ ଜନନୀ ଆଖିରେ ଲୁହ

କ୍ଷମତା ପୂର୍ଣ୍ଣ ହୋଇ ପାରିଛି ଯଦି ନାରୀ,

କାଇଁ ଆଜି କ୍ଷତି ଘଟିଛି ଆଚାର ବୈଚିତ୍ର୍ୟ ମୂଳେ

ଦାୟିତ୍ଵସମ୍ପନ୍ନ ସୂତାକୁ ଯଦି ମାଡ଼ି ବସିଛି ନାରୀ,

କାଇଁ ଆଜି ସନ୍ତୁଳନ ହରେଇଛି ସମାଜ ।


ଲାଗୁଛି ନାରୀର ସଂଜ୍ଞା ବଦଳିଛି,

ଭଲ ଅପେକ୍ଷା ଭେଲର ଓଜନ ବଢ଼ିଛି

ନିକିତି ମାପରେ ଶିଷ୍ଟାଚାର ବିକଳ୍ପେ, ଉଦ୍ଧତ ତଳେ ଜମିଛି ।


ସବୁ ସାଜିଛନ୍ତି ଚଦ୍ମଋପୀ

ମଣିଷ ମାତ୍ରକେ ସ୍ୱାର୍ଥି

ନିଜ ଚାହିଦା, ନିଜ ଦାବିରେ

ତ୍ୟାଗ ଓ କ୍ଷମାକୁ ପାସୋରି ଚାଲିଛନ୍ତି

କେମିତି ପାଲିବି ମୁଁ ଏ ନାରୀ ଦିବସ ।


କ୍ରମୋନ୍ନତି କୁ ବାଦ୍ ଦେଈ ଅଧୋଗତି ଆସକ୍ତ,

ଯେବେ ଲିଙ୍ଗ ଭିତ୍ତିକ ଯୁଦ୍ଧ ମୋ ଚୁଆ ଲଢି ଚାଲିଛନ୍ତି

ମାନସିକ ଓ ଶାରିରୀକ ସ୍ଥରରେ ମୁଁ କ୍ଷତାକ୍ତ,

ପୋଡ଼ା ଗର୍ଭର ଯନ୍ତ୍ରଣା ମଉନେ ସହିଚାଲିଛି।


ଜଗତ ଜନନୀ ହୋଇ

ମୁଦିକି ପାରିବି ଆଖି

କୁହ ହେ ପରିବର୍ତ୍ତନଶୀଳ ସମାଜ

ତମ ପରି ଅତ୍ମକେନ୍ଦ୍ରିକ ସାଜି

ପାଳିବି କି ଏ ଦିବସ ଆଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama