Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Abstract Drama

4  

baijayantimala rout

Abstract Drama

କରୋନା କବଳିତ ପୃଥିବୀ

କରୋନା କବଳିତ ପୃଥିବୀ

1 min
23.8K


କରୋନାରେ ଆଜି କବଳିତ ଅଛି

ଏ ସାରା ପୃଥିବୀ ବାସୀ ,

ଜୀବନଟା ସତେ ଦୁର୍ବିସହ ଏଠି 

ସମସ୍ତେ ଅଣନିଶ୍ବାସୀ ।

ଆତଙ୍କିତ ଜମା ହେବା ନାହିଁ ଆମେ

ଡରିଯିବା ନାହିଁ କେବେ ,

ପୃଥିବୀ କୁ ରକ୍ଷା କରିବାକୁ ଆମେ

ଆଗଭର ହେବା ସର୍ବେ ।

ମାସ୍କ ପିନ୍ଧିବା ନିୟମ ମାନିବା 

ହେବା ଆମେ ସଚେତନ ,

କରୋନା ଶିକୁଳି ଭାଙ୍ଗିଦେବା ଆମେ 

ହୋଇକି ଲକଡାଉନ ।

କରୋନା ଯୁଦ୍ଧ ରେ ଯୋଦ୍ଧା ଟିଏ ହେବା

ରଖିବା ଏ ବିଶ୍ବ ପ୍ରାଣ ,

ଦେଶ ପାଇଁ ଆମେ ପ୍ରାଣ ବଳି ଦେବା 

ଏକଥା ସଭିଏଁ ଜାଣ ।

ହସିବ ପୁଣି ଯେ ଆମ ଏ ଧରଣୀ 

ସର୍ବେ ହେବେ ଏକାକାର ,

ଜୀବନ ଚଳଣି ସ୍ବାଭାବିକ ହେବ 

ହସିବ ଏଇ ସଂସାର ।



Rate this content
Log in

Similar oriya poem from Abstract