STORYMIRROR

Shashanka sekhar Ray

Drama

4  

Shashanka sekhar Ray

Drama

ଭିକାରୀ

ଭିକାରୀ

1 min
349


ଅବିଶ୍ରାନ୍ତ ପଥଚାରୀ

ବସିଛି ମନକୁ ମାରି

ପିନ୍ଧି ଛିଣ୍ଡା କତୁରୀ

ଆଶା ଅସୁମାରୀ

ଆଖି କରେ ଗୁହାରୀ

ପେଟେ ହାତ ମାରି

କୁମ୍ଭକର୍ଣ୍ଣ ନିଦ ପରି

ପଡିଛି କର୍ମ ନ କରି  ।


ଗୋଡ ହାତ ସାରା କନାଧରୀ

ଅଭିନୟତାର ଚାତୁରୀ

ମନ ମୋହିନିଏ ସବୁରି

ହୃଦୟେ ଦୁଃଖ ଦିଏ ଭରି

ବିନା କର୍ମେ ମିଳେ ଉପୁରି

ଅଳସୁଆମୀକୁ ଆଦରି

ଗଢୁଛି ସପନ ସବାରୀ

ଭବସାଗରୁ ହେବାକୁ ପାରି 

ଛକମନ୍ଦିରେ ଜନ ପୁରୀ

ସ୍ଥାନ ଜମଇ ତାଙ୍କରି ।


ଧର୍ମଭୀରୁଙ୍କ ପକେଟ ଭାରି

ପିଙ୍ଗନ୍ତି ଟଙ୍କାକୁ ଖୁଚୁରା କରି

ପାପ ଭାରା ଯାଏ ସରି

ସନ୍ତୁଷ୍ଟ ହେବେ କାଳେ ହରି 


ଚମତ୍କାର ଲୁହର ଲୋରୀ

ଶୁଆଇଦିଏ ହାତ ଧରି

ତୁମେ ଦେଖ ପଛକୁ ଫେରି

ତୁମ ଠାରୁ ଅମୀର ହୋଇଛି ଭିକାରୀ

ଅଭିନୟଟା ଭାରି ଦରକାରୀ ।


ଧାଡିରେ ଠିଆ ହେବାଟା ବାହାଦୁରୀ

କୁମ୍ଭୀର କାନ୍ଦଣା ମୁଖେ ସବୁରି

ମିଳିଯିବ କି ଶୂନ୍ୟେ ଉପୁରି 

ସମସ୍ତେ ଆମେ ଭିକାରୀ

ଭିକ ମାଗୁ ଥାଳ ଧରି

ଆଗେ କହି ହରି ହରି

ପଛରୁ ମାରୁ ଛୁରୀ

ସବୁ କିଛି ଥାଇ ଆମରି

ଜଗତେ ଯାକ କାହିଁ ପଡିଛି ହୁରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama