STORYMIRROR

Ashok Kumar Pradhan

Drama

4  

Ashok Kumar Pradhan

Drama

ମୋ ମାଆ

ମୋ ମାଆ

1 min
23.2K


ଯିଏ ଦଶ ମାସ ଦଶ ଦିନ ଗର୍ଭରେ ଧରିଛି 

ଗରଭ ଜନିତ ଯନ୍ତ୍ରଣାକୁ ଖୁସିରେ ସହିଛି 

ନିଜେ ଜଳି ଜଳି ଦୁନିଆର ଆଲୋକ ଦେଖାଇଛି 

ମା ବୋଲି ତାକୁ ପ୍ରଥମେ ଚିହ୍ନିଛି ll


ତା କୋଳରେ ଥାଇ ଜହ୍ନକୁ ହାତଠାରି ଡାକିଛି 

ଆକାଶକୁ ଉଡି ଚାନ୍ଦକୁ ତୋଳିବାକୁ ଚେଷ୍ଟା କରିଛି 

ତାରା ମାନଙ୍କ ସାଥେ ଲୁଚକାଳି ଖେଳିଛି 

ଡରିଗଲେ ପଣତରେ ମୁହଁ ଲୁଚାଇ କାନ୍ଦିଛି ll


ମୋ ପାଇଁ ସିଏ ବହୁ କଷ୍ଟ ସହିଛି 

ଦୁନିଆ ଦାଣ୍ଡରେ ତା ହାତ ଧରି ବାଟ ଚାଲି ଶିଖିଛି 

ଝୁଣ୍ଟିଗଲେ ତୋଳିନେଇ ଧୂଳି ଝାଡି ଦେଇଛି 

ବୁକୁ ତଳେ ଚାପି ଧରି କେତେ ଚୁମା ଦେଇଛି ll


ଦେହ ଟିକେ ବିଗିଡିଲେ ମୁଣ୍ଡଶାଳେ ଜଗିଛି

ପଥି ଓଷଦ ଦେଇ ପାଣିପଟି କରିଛି 

ରାତି ଉଜାଗର ରହି ମୋ ସେବା କରିଛି 

ମୋ ପାଇଁ କେତେ ଓଷା ମାନସିକ ଯାଚିଛି ll


ସରଗର କୋଟିନିଧି ତା ପାଖୁଁ ପାଇଛି 

ତା ପାଦଧୂଳି ମଥାରେ ମୁଁ ମାରିଛି 

ସନ୍ତାନଟିଏ ହୋଇ ଏହି ଭିକ୍ଷା ମାଗୁଛି 

ସବୁ ଜନମରେ ମା ତୋ କୋଳ ଚାହୁଁଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama