Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajayakumar Mohanty

Drama Others

4.1  

Ajayakumar Mohanty

Drama Others

ସମୟ ବଡ଼ ବଳବାନ୍

ସମୟ ବଡ଼ ବଳବାନ୍

1 min
118


ଦୁନିଆଁ ଭିତରେ ସବୁଠାରୁ ବଡ଼ 

ସମୟ ତ ମୂଲ୍ୟବାନ 

ନଷ୍ଟ ହୋଇଗଲେ ଭରଣା ହୁଏନି ଯେତେ

ପକାଇଲେ ରାଣ ।। 

ଆଘାତ ଦିଅଇ ସମୟ ଆମକୁ 

ମଲମ ମାରଇ ସେତ 

ଦୁଃଖର ସମୟ ବଦଳିଣ ଗଲେ 

ସୁଖ ମିଳେ ଅପର୍ଯ୍ୟାପ୍ତ ।। 

ସମୟର ମୂଲ୍ୟ ବୁଝେ ଯେଉଁ ଜନ 

ଦୁନିଆଁରେ ହୁଏ ବଡ଼ 

ସମୟକୁ ନଷ୍ଟ କରୁଥିବା ଲୋକ 

ପାଲଟିଣ ଯାଏ ଜଡ଼ ।। 

ଭଲ ହେଉ ଅବା ମନ୍ଦ ହେଉ ସେତ 

ଯାଏ ଆସେ କିବା କୁହ 

କର୍ତ୍ତବ୍ୟ ପଥରେ ଆଗେଇ ସମସ୍ତେ 

ମିଳିମିଶି କରି ରୁହ ।। 



Rate this content
Log in

Similar oriya poem from Drama