STORYMIRROR

Ashok Kumar Pradhan

Drama

4  

Ashok Kumar Pradhan

Drama

ଏକତା—@shok

ଏକତା—@shok

1 min
23.1K

ଶୂନ୍ୟ ଅକାଶରେ ସକାଳର ସୂର୍ଯ୍ୟ, 

ସୁନେଲୀ କିରଣ ଢାଳେ ମୁରୁଜ ll


ମୁକ୍ତ ନୀଳିମା କୁ ହାତ ଠାରେ, 

ବୁଝାଇ କହିବ ଇଙ୍ଗିତରେ ll


ଦେଖାଇବାକୁ ନିଜ କ୍ଷମତା, 

ଚୂର୍ଣ୍ଣ ବିଚୁର୍ଣ୍ଣ ସାମାଜିକ ଏକତା ll


ଏକତା ହିଁ ବଳ ଏହା ନ ଭାବେ, 

ଶୂନ୍ୟ ଆଶା ଫଳେ ତାର ଲବେ ll


ଚାତକ ପରା ଶୂନ୍ୟ ଆକାଶକୁ ଚାହିଁ 

ହତାଶାର ଅନୁଭବ ମର୍ମେ ମର୍ମେ ପାଇ ll


ଏକତା ହାରିଲେ ସାହସ ଭାଙ୍ଗେ, 

ପଳାୟନପନ୍ଥୀ ନୀଳ ଉତ୍ତୁଙ୍ଗେ ll


ହାତେ ହାତ ଛନ୍ଦି କର ଶିକୁଳି, 

ଐକ୍ଯ ସ୍ବରେ ମାର ବିଜୟ ତାଳି ll 


ଆଲୋକିତ କର ଜୀବନକୁ ରଙ୍ଗରେ, 

ବର୍ଣ୍ଣାଳୀ ଭାରିଯାଉ ଅଙ୍ଗ ଅଙ୍ଗରେ ll


ଉଷା ଆବାହନ କର ମଙ୍ଗଳ ଲଗ୍ନେ, 

ତୃପ୍ତି ଭରିଯାଉ ଆନନ୍ଦିତ ମନେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama