ଜୀବନ ତୁମ ସାର୍ଥକ
ଜୀବନ ତୁମ ସାର୍ଥକ
ଖରା ଯେବେ ଛୁଏଁ ଧରାର ଦେହକୁ
ବର୍ଷା ଜାଡ ଯାଏ ହଜି
ବାର୍ଦ୍ଧକ୍ୟ ଛୁଇଁଲେ ଥରୁଟେ ଦେହ କୁ
ସପନ ମିଳେନି ଖୋଜି ।
ଏମିତି ସପନ ଏମିତି ଜୀବନ
କିଛି ମଣିଷର ଥାଏ
ସେଇ ସପନକୁ ସତ କରୁ କରୁ
ସ୍ମୃତି ହୋଇରହି ଯାଏ ।
ସ୍ମୃତି ତ ନୁହଁଇ ପାଉଁଶ ମୁଠାଏ
ଫୁଙ୍କି ଦେଲେ ଉଡିଯିବ
ସ୍ମୃତି ତ ତୁମରରଜନୀଗନ୍ଧା ଟେ
ମହ ମହ ବାସୁଥିବ ।
ଦୁଃଖ ଯନ୍ତ୍ରଣାର କବର ଭିତରୁ
ଚିତ୍କାରେ କବିର ପ୍ରାଣ
ଓଡ଼ିଶାଫାଇଲସ ସାହିତ୍ୟଉଦ୍ୟାନେ
ପୁଲକିତ କବିମନ ।
ସମୟର ସୁଅ ବହୁଛି ଉଜାଣି
ସ୍ମୃତି ସବୁଯାଏ ହଜି
ସପନ ପରିକା ଲାଗୁଛି ତ ସବୁ
ଆଖି ପାଉନାହିଁ ଖୋଜି ।
ବ୍ରହ୍ମପୁରର କଳା ପରିଷଦ
ସତେ କି କିମିଆ କଲା
ସଭିଙ୍କୁ ଆଦରେ ସମ୍ବର୍ଦ୍ଧନା ପାଇଁ
ଆବାହନ କରିଥିଲା ।
ଧନ୍ୟ ସେ ସ୍ରଷ୍ଟା ସ୍ମିତହାସ ଯାର
କବି ପ୍ରାଣ ସିକ୍ତ କଲା
ସମ୍ମାନ ଦେବାକୁ ସମ୍ମାନନେବାକୁ
ପାଖେ ଡାକି ଆଣିଥିଲା ।
ନଶ୍ୱର ସଂସାରେ ପରିଚୟଟିଏ
ସୃଷ୍ଟି କଲେ ମୋ ପାଇଁ
ଆଉଥରେ କରି ଶତ ପ୍ରଣିପାତ
ବିଦାୟ ନେଉଛି ମୁହିଁ ।