STORYMIRROR

Sarita Rani Mohanty

Drama

4  

Sarita Rani Mohanty

Drama

ଅସ୍ଥାୟୀ ଅସ୍ତିତ୍ଵ

ଅସ୍ଥାୟୀ ଅସ୍ତିତ୍ଵ

1 min
23.8K


ଆଶା ନିରାଶାର

ଛାଇ ଖେଳରେ

ମତୁଆଲା ମଣିଷ 

ଜୀବନର ପାନ୍ଥଶାଳାରେ

ସତେ ଯେମିତି.....

ନିସଂଗ ପଥିକ ଟିଏ।


ଚଳ ଚଞ୍ଚଳ ମନ, 

ରୂପ-ଯଉବନ,ଧନ-ଦୌଲତ,

ରାଜ୍ୟ-ରାଜ ସିଂହାସନ

ସବୁ ଏଠି କ୍ଷଣସ୍ଥାୟୀ,

କେହି ନୁହନ୍ତି କାହାର

ତଥାପି ଅଜ୍ଞାନ....

କଳ୍ପନାତୀତ ମୃଗତୃଷ୍ଣାର 

ଆଶାରେ ଧାବିତ ମଣିଷ।


ସେତେବେଳେ ପରିବର୍ତ୍ତନ 

ହୁଏ ଭାରାକ୍ରାନ୍ତ,

ଲକ୍ଷ୍ୟଭେଦୀ ଶର 

ତା'ର ହୁଏ ଲକ୍ଷ୍ୟଭ୍ରଷ୍ଟ,

ଅମୋଘ ଅସ୍ତ୍ର ତା'ର

ହିଂସା,ଈର୍ଷା,ଲୋଭ,

କ୍ରୋଧ ,ମୋହ ମାୟା, 

ଆଉ ପ୍ରତିଶୋଧ ପରାୟଣ।


ସଦା ଅଗ୍ରସର ହୋଇଥାନ୍ତି

ସତେକି ଜହ୍ନ ରାଇଜର

ରଙ୍ଗୀନ୍ ସ୍ଵପ୍ନରେ 

ତାଜମହଲ ଟିଏ 

ଗଢି ତୋଳିବେ।


ସଂଘର୍ଷ ସଂଘାତ୍....

ପାଦରେ ଆଡେଇ ଦେଇ 

ନିର୍ଭୀକ ଭାବରେ 

ଅମଡ଼ା ପଥର ପଥିକ ସଜିଥାନ୍ତି,

କଳେ ବଳେ ଅବା କୌଶଳେ 

ହେବାକୁ ସାମର୍ଥ....

ଛାର ସମ୍ବାଳୁଆ ପାଲଟିଯାଏ

ଯେମିତି ଚିତ୍ରିତ ପ୍ରଜାପତିଟିଏ ।


ଶାମୁକା ଭିତରୁ

ବିନା କ୍ଳେଶରେ 

ହାସଲ କରିବାକୁ

ଚେଷ୍ଟା କରନ୍ତି ମୁକ୍ତା,

ହେଲେ, ଏ ଅବୁଝା ମଣିଷ

ବୁଝି ବି ବୁଝି ପାରେନା 

ଏସବୁ ଅସ୍ଥାୟୀ.......

ଯାହା ଆଜି ଅଛି 

ତାହା କାଲି ନାହିଁ !

ରୂପ ହେଉ ଅବା ଯୌବନ 

ଧନ ହେଉ ବା ଦୌଲତ 

ସଂପତ୍ତି ସବୁ ସମୟର 

ପଶା ଖେଳରେ 

ଶିଥିଳ ହୋଇ ଯାଏ।

ରହିଯାଏ ଯଦି କେବଳ 

ଅବଶୋଷ ଆଉ ଅବଶୋଷ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama