STORYMIRROR

Manorama Mohanty

Drama Tragedy

4  

Manorama Mohanty

Drama Tragedy

ବଡ଼ ଘର ର ବଡ଼ ଭିତିରି କଥା

ବଡ଼ ଘର ର ବଡ଼ ଭିତିରି କଥା

1 min
292


ବଡ଼ ଘରେ ଯେତେ 

ଭିତିରି କଥା ଲୋ 

      କି କହିବି ନାନୀତୋତେ 

ସବୁ ନେତା ମନ୍ତ୍ରୀ 

ଦେଶକୁ ଲୁଟନ୍ତି 

     ହାତରେ ନମାରି ଭାତେ 

ଖଜୁରୀଗଛର 

କି ଗୁଣ ଗାଇବି 

    ମୂଳରୁ ପାହାଚ ପାହାଚ 

ନେତା ମନ୍ତ୍ରୀ ଙ୍କର 

ଭାବମୂର୍ତ୍ତି ସଚ୍ଚା 

    କାମରେ ତ ପରପଞ୍ଚ ।


ନ ଦେଖିଲା ଓଉ 

ଛ ଫଡା ଲୋ ନାନୀ 

   ମୋତେ ସତ ତୋତେ ମିଛ 

ଥରେ କ୍ଷମତାକୁ 

ଆସି ଗଲା ପରେ 

    ରୋଇ ଥାନ୍ତି ଟଙ୍କା ଗଛ ।


ଭୋଅଟ ନେବାକୁ 

ଗାଦି କିଣି ବାକୁ 

  .    କଥା ରେ ବୁହାନ୍ତି ସୁଅ 

ସେହି କ୍ଷମତାକୁ 

ହାତେଇବା ପରେ 

     ଆରେ ତମେ କିଏକୁହ 

ସବୁ କାରସାଦି 

ଧରା ପଡ଼ିଯାଏ 

     ବେଦୀପୋଡା ତାଙ୍କ ମୁହଁ 

ଠାକୁର ଖାଇକି 

ଖଟୁଲି ଖାଆନ୍ତି 

    ନାଲିପଡ଼ିଯାଏ ଦେହ ।


ଦେଶକୁ ଲୁଟି ସେ 

ନିଜ ସୁଖ ପାଇଁ 

    ଶୋଷିଥାନ୍ତି କେତେ ପ୍ରାଣ 

ଦାମିକା ଘରକୁ 

ଦାମିକିଆ ଗାଡି 

    ସତେ ତାଙ୍କ ବୋପା ଧନ 

ଘର ପୋଡି କା'ର 

ଅକାଳ ମୃତ୍ୟୁ ରେ 

    ହୋଇଯାନ୍ତି ଆସି ରୁଣ୍ଡ 

ଜାମା ପକେଟ ରେ 

ହାତ ଭର୍ତ୍ତି କରି 

    କାଢି ନୋଟ କେତେ ଖଣ୍ଡ ।


ସାହାଯ୍ୟ ର ହାତ 

ବଢ଼ାଇଲେ ବୋଲି 

    ମନେ ଗର୍ବ ଆଣିଥାନ୍ତି 

ଏ ସାହାଯ୍ୟ ପୁଣି 

ଦଳୀୟ ଲୋକଙ୍କୁ 

    ଅନ୍ୟ କଥା ନ ଭାବନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama