STORYMIRROR

Kabiratna Nutan Kumar Behera

Drama Action

3  

Kabiratna Nutan Kumar Behera

Drama Action

ତୁମେ ମୋ ବନ୍ଧୁ ତୁମେ ମୋ ସଖା

ତୁମେ ମୋ ବନ୍ଧୁ ତୁମେ ମୋ ସଖା

1 min
197

ହେ ବିଧାତା ଜଗତ କରତା

      ତୁମ ଦୟା ମୋ କପାଳ ଲେଖା,

ମୋତେ ଦେଇଛ ଯା' ପାଇଛି ତା'

    ତୁମେ ମୋ ବନ୍ଧୁ ତୁମେ ମୋ ସଖା।

    ଏ ଜୀବନ ରଥର ତୁମେ ସାରଥି

     ସଂସାରକୁ ଆଣିଛ କରି ଅତଥି,

  ଦେଖାଅ ପଥ ତୁମେ ହୋଇ ମୋ ସାଥୀ

   ସେ ପଥେ ଯାବି ମୁଁ ହୋଇ ଏକ ରଥୀ।

ଆଙ୍କି ଦେଇଛ ଜୀବନ ରେଖା

          ତୁମ ଆରାଧନା ମୋର ଶିକ୍ଷା

ତୁମ ଉପାସନା ମୋର ଦିକ୍ଷା,

       ତୁମେ ମୋ ବନ୍ଧୁ ତୁମେ ମୋ ସଖା।

     ଜଗତ ଜଞ୍ଜାଳ ଦୁଃଖର କାରଣ

    ବେଳୁ ବେଳ ବଳି ପଡ଼େ ତ ଭୀଷଣ,

     ତୁମେ କୃପାସିନ୍ଧୁ ତୁମେ ଆର୍ତ୍ତତ୍ରାଣ

     ଶ୍ରୀଚରଣେ ତୁମ ଦିଅ ହେ ଶରଣ।

ଭବେ ଦେଉଛି ସବୁ ପରୀକ୍ଷା

          ବିପଦେ ଆପଦେ କର ରକ୍ଷା,

ଜୀବନ ଦୀପର ତୁମେ ଶିଖା

        ଜ୍ଞାନର ଆଲୋକେ ଦିଅ ଦେଖା।

ତୁମେ ମୋ ବନ୍ଧୁ ତୁମେ ମୋ ସଖା

     ଏ ଜୀବନ ମୋର ତୁମରି ତ ଦାନ

       ତୁମକୁ ସବୁ କରିଛି ସମର୍ପଣ,

     ଇଚ୍ଛାରେ ଦିଅ ଯା' କରେ ମୁଁ ଗ୍ରହଣ

      ତୁମ କରୁଣାରେ କର ପରିତ୍ରାଣ।

ମଥା ନତ କରି ମାଗୁଛି ମୁଁ ଭିକ୍ଷା

       ଦେବା ଯାଏଁ କରିଥିବି ମୁଁ ଅପେକ୍ଷା,

କରିବ ନାହିଁ ମୋତେ ତୁମେ ଉପେକ୍ଷା,

        ତୁମେ ମୋ ବନ୍ଧୁ ତୁମେ ମୋ ସଖା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama