STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

ସତ୍ୟମ୍ ଶିବମ୍ ସୁନ୍ଦରମ୍

ସତ୍ୟମ୍ ଶିବମ୍ ସୁନ୍ଦରମ୍

1 min
226

    

ହେ ସତ୍ୟ ଶିବ ସୁନ୍ଦର    ମହିମା ତୁମ ଅପାର

    ଯୁଗେ ଯୁଗେ ଦେଖାଇଛ ଭକତ ପାଇଁ,

ରଚି ଏ ସୁନା ସଂସାର    କରିଅଛ ମନୋହର

    ରହିଥିଲେ ଚାହିଁ ପଲକ ପଡେ ନାହିଁ,

       ଧନ୍ୟ ହେ ବିଶ୍ବ କାରିଗର

   ଭାବେ ଜୀବ ପରମ ବନ୍ଧା ନିରନ୍ତର।

ତୁମ ବାହୁ ଛାୟା ତଳେ  ଜୀବନ ପ୍ରଦୀପ ଜଳେ

    ଶରୀର ସଳିତା ତାର ଆୟୁଷ ତେଲ,

ତୁମ ଦୟା କୃପା ବଳେ  ଏ ସାରା ଦୁନିଆଁ ଚଳେ

   ଉଦ୍ଧାରି ପତିତ ଜନେ ରଖ ହେ ଭଲ।

       ଡାକେ ମୁଁ ସଞ୍ଜରେ ସକାଳେ 

    କା' ଜୀବନ ପ୍ରଦୀପ ନଲିଭୁ ଅକାଳେ।

ବ୍ରହ୍ମା ବିଷ୍ଣୁ ମହେଶ୍ବର    ତିନି ରୂପେ ଶିରୀଧର

   ତୁମେ ହିଁ ସତ୍ୟମ୍ ଶିବମ୍ ସୁନ୍ଦରମ୍,

ହର୍ତ୍ତା କର୍ତ୍ତା ଜଗତର    କର ପାଳନ ସଂହାର

    ବିଶ୍ଵ ବ୍ରହାଣ୍ଡେ ତୁମେ ଏକା ତ ପରମ୍,

       ତୁମେ ଶାଶ୍ଵତ ହରିହର   

   ଆଶିଷ ଦେଇ ସବୁରି ମଙ୍ଗଳ କର।  

କରି ତୁମ ଆରାଧନା    ବାର ବ୍ରତ ଉପାସନା

    ରଖିଛି ତୁମକୁ ହୃଦୟ ସିଂହାସନେ,

ତୁମରି ପୂଜା ଅର୍ଚ୍ଚନା   ମୋ ଜୀବନର ପ୍ରାର୍ଥନା

   ତୁମ ବିନା ଅନ୍ଧକାର ଦିଶେ ନୟନେ,

      ମନେ ପ୍ରାଣେ ଦିଅ ଚେତନା

  ଭକ୍ତି ଚିତ୍ତେ କରେ ତୁମ ପାଦ ବନ୍ଦନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama