STORYMIRROR

Kuna Singh

Drama Others

3  

Kuna Singh

Drama Others

ଲାଜବତୀ

ଲାଜବତୀ

1 min
186


ତମେ ସଜ ହେଲ ,ସଞ୍ଜରେ

ଜହ୍ନ ଲୁଚିଗଲା ଲାଜରେ

କୁହୁଳି କୁହୂଳି ତମ ପ୍ରେମ ନିଆ

ଜଳୁଥିଲା ମୋର କୁଞ୍ଜରେ ।


ତମେ ଚାଲିଗଲ ଦାଣ୍ଡରେ

ପଦ୍ମ ପାଖୁଡ଼ା ପୟରେ

ପ୍ରେମ ଅତରରେ ଚହୋଟିଲା ଦାଣ୍ଡ

ଭ୍ରମିତ ହେଲି ମୁଁ ବାସରେ ।


ଆଜି ଆସନ୍ତନି,ସ୍ୱପ୍ନରେ

କଥାଟେ କହନ୍ତି କାନରେ

ଭାରି ଭଲପାଏ ଦେଖିଲା ଦିନଠୁ

ଧିରେ କହନ୍ତି ମୋ କଣ୍ଠରେ ।


ମୁହଁ ପତିଦେବ ଲାଜରେ

ମୃଦୁ କମ୍ପାନଟେ ଦେହରେ

ପହିଲି ପ୍ରେମର ନୂତନ ପୁଲକ

ଜାତ ହେବ ତମ ହୃଦରେ ।



இந்த உள்ளடக்கத்தை மதிப்பிடவும்
உள்நுழை

ମାଆ

ମାଆ

1 min படிக்க

Similar oriya poem from Drama