STORYMIRROR

Dr.Priyadarshee Praharaj

Drama Classics Inspirational

3  

Dr.Priyadarshee Praharaj

Drama Classics Inspirational

ସେ ସମ୍ପୂର୍ଣ୍ଣ

ସେ ସମ୍ପୂର୍ଣ୍ଣ

1 min
1.2K

ଆବେଗ ପୂର୍ଣ୍ଣ କଣ୍ଢେଇ ସାଜି

ନାରୀ ହୋଇ ଗର୍ବିତ ଆଜି।


ପାରଙ୍ଗମ ଜାଣି, ନୁହେଁ ଯେ ଆଚମ୍ବିତ

ଫଳିତ ଗଛଠୁ ସର୍ବେ ଅନୁପ୍ରେରିତ।


ସୁନା,ରୂପା ଗଢା ଫିକା ଅଳଙ୍କାର ଯେବେ,

ଆଚାର,ଶିଷ୍ଟାଚାର ମୋ ଶୃଙ୍ଗାର।


ପାଟି ମୋ ଗାଣ୍ଡିବ,ଶବ୍ଦ ଯେ ତୀର

ନିୟନ୍ତ୍ରଣ ଢାଲ ସିଖାଏ ଆୟତ୍ତ କରିବାର।


ରାଗ,ଈର୍ଷା, ଲୋଭ ମୋ ପାଖେବି ଅଛି ଅପେକ୍ଷାକୃତ

ପ୍ରେମ,ତ୍ୟାଗ, ଦାନ ଭାର ଅଧିକା ସଞ୍ଚିଚି।


ଭାଙ୍ଗି ଯିବା ଆଗରୁ ନଇଁବା ଶିଖିଛି

ତେଣୁତ ସମ୍ପର୍କ ଖିଅ ହାତେ ଧରିଛି।


ମର୍ମାହତ ହୋଇ ଝରେଇଛି ଲୁହ ସତ ପୁଣି ଭାବିଛି

ଅସହିଷ୍ଣୁତା ରଙ୍ଗ, ନାରୀର ସଂଜ୍ଞା ନୁହେତ ।


ଉଠି ପଡି ଭିଡ଼ି ସଲଖି ଦେଇଛି ଅଣ୍ଟା

ନାରୀ ମର୍ଯ୍ୟାଦା ଉପରେ କାହାର ନ ପଡୁ ଖୁଣ୍ଟା।


ନାରୀ ସଦା ସର୍ବଦା ମହାନ,

ସର୍ବରୁପୀ, ସର୍ବଗୁଣି ରହି କରେ ସନ୍ତୁଳନ।


ସେଥିପାଇଁ ତ ଆଗେ କହିଛି

ଆବେଗ ପୂର୍ଣ୍ଣ କଣ୍ଢେଇ ସାଜି

ନାରୀ ହୋଇ ଗର୍ବିତ ଆଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama