Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarshee Praharaj

Drama Tragedy Classics

3  

Priyadarshee Praharaj

Drama Tragedy Classics

ନାରୀ ମୁକୁଟ

ନାରୀ ମୁକୁଟ

1 min
1.0K



ପାରିବ କି ହୋଇ ଯେମିତି

ଛୋଟ ବେଳୁ ଅବହେଳିତ ମୁଁ ।


ପାରିବ କି ସହି ଯେମିତି

ଜ୍ଞାତବ୍ୟ ହେବାରୁ ବଞ୍ଚିତ ମୁଁ ।


ପାରିବ କି କାନ୍ଧେଈ ଯେମିତି

ଘର କର୍ମର ବହାକ ମୁଁ ।


ପାରିବ କି ଦୂରେଇ ଯେମିତି

ବାପ ଘର ଛାଡ଼ିକି ମୁଁ ।


ପାରିବ କି ସନ୍ତୁଳନତା ଯେମିତି

ଘର ଓ ବୃତ୍ତି ଜାବୁଡ଼ି ଧରିଛି ମୁଁ ।


ପାରିବ କି କଷ୍ଟ ସହି ଯେମିତି

ଗର୍ଭ ଧାରଣ କାଳରେ ମୁଁ ।


ପାରିବ କି ଉପାସ ରହି ଯେମିତି

ଛୁଆ ପେଟ ପୁରି ଦେଖି ମୁଁ ।


ପାରିବ କି ଅସ୍ଥିର ରହି ଯେମିତି

ଦିନମାନେ ବିଶ୍ରାମହୀନ ମୁଁ ।


ପାରିବ କି ଶାନ୍ତିରେ ମରି ଯେମିତି

ସଧବା କାମନା କରିଛି ମୁଁ ।


ପାରିବନି ଯଦି କରନି ଚିତ୍କାର

ତମ ମିଛ ଆବରଣ ଉପରେ ଧିତ୍କାର।


ଉପଯୁକ୍ତ ନୁହଁ ତମେ ଏ ମୁକୁଟ ପାଇଁ

ପ୍ରଭୁଙ୍କ କରୁଣା ଗ୍ରହଣୀୟ ସେଥିପାଇଁ।


Rate this content
Log in

Similar oriya poem from Drama