STORYMIRROR

MADHUMITA SADUAL

Drama Inspirational Others

3  

MADHUMITA SADUAL

Drama Inspirational Others

ଆମ ଗାଆଁ ରାଜନୀତି

ଆମ ଗାଆଁ ରାଜନୀତି

1 min
165

ଆମ ଗାଆଁରେ ଏବେ

ଅଦିନିଆ ଫଗୁଣ ,

ତା ସାଙ୍ଗକୁ ଶରତର 

ତୋଫା ତୋଫା ଜହ୍ନ ;

ଭୋଟ ଖଣ୍ଡିକ ଏକ ହଜାର ତ

କ୍ଷଣ ମୁହୁର୍ତ୍ତରେ 

ଅନ୍ଯ ପାର୍ଟିର ଆକର୍ଷଣ

ଜଣେ ସଦସ୍ଯ ଲାଗି ଦୁଇହଜାର,

ଆଉ କିଏ ବାଡି ବିଲାତି ସାଙ୍ଗକୁ

ଚାଉଳ ଦଶ ସେର।

 ଆମ ସାହି ଦନେଇ ମଳିକ

ଦେହରେ ଅମାପ ବଳ ସାଙ୍ଗକୁ

ସିଂହର ଗର୍ଜନ,

ନୋଟ ଦିଅ ଭୋଟ ନିଅ

ନୋହିଲେ ଘର ପିଣ୍ଡାରୁ ବିଦା ହୁଅ।

ସବୁ ଆଜି ଅନ୍ଧାରେ ବିଜେ

ଟୁପୁର ଟାପର ଫୁସୁର ଫାସର

ଅନ୍ଧାର ଗଳିରେ କାନକୁ ବାଜେ ।

ଏ ସାହିରୁ କେତେ ଆସିବ

ବାକି ଯାହା ରହିଲା 

ମଦ ମାଂସରେ କିଣିବ,

ପାଞ୍ଚବର୍ଷର ଯେତେକ ଅସୂୟା 

କୌଶଳେ ସବୁ ମିଳାଇ ଦେବ ,

ସବୁ ଲଙ୍କେଶ ଆଜି ଶ୍ରୀରାମଙ୍କ ଆଦର୍ଶ ଆଚରିନ୍ତି,

ଭକୁଆ ଜନତା କଣବା ବୁଝନ୍ତି?

ବୁଝୁଥିଲେ କଣ ଯୋଗ୍ଯକୁ ଛାଡି

କେତେ ବେଶି କାହାଠୁ ପାଇଲେ

ହିସାବ ଯୋଡନ୍ତେ।

ମାନବ ସେବା ହିଁ ମାଧବ ସେବା,

ମୋର ଅଭିଳାଷା

ଜନତା ଜନାର୍ଦ୍ଦନଙ୍କ ସେବା 

ଆହୁରି ଅନେକ ମଧୁର ସମ୍ଭାଷଣ 

ଖାଲି ଥରୁଟିଏ 

ଆପଣମାଙ୍କର ଆଶୀର୍ବାଦ ,

ହାତୀ ଦେବି , ଘୋଡା ଦେବି

ତୁମଗାଆଁକୁ ସହର ବନେଇଦେବି

କେତେ କଣ ପ୍ରତିଶୃତି ପେଷଣ।

ତାପରେ ନିଶ୍ଚିତ ପାଞ୍ଚବର୍ଷ 

କୁମ୍ଭକର୍ଣ୍ଣ ଶୟନ ,

ଚାଲୁଥାଏ ଯୋଜନା

ସୁଧମୂଳ ଉଠାଇବାର କଳ୍ପନା।

ଧନ୍ଯ ରାଜନୀତି ଧନ୍ଯ ଜନତା 

କେତେ ପ୍ରଗତି କେତେ ଦୁର୍ଗତି

କେବେ ଉଁଇବ ସକଳ ଚେତନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama