ମତେ କୁହ
ମତେ କୁହ
ଛଳନା ରାଜ୍ୟ ରେ ବିଶ୍ୱାସ ଦଉଡି
କେତେ ଦୃଢ ମତେ କୁହ,
ମିଛ ର ଯୁଇ ରେ ସତ୍ୟର ଜୀବନ
କେତେ କ୍ଷଣ ମତେ କୁହ ।
ସମୟ ସ୍ରୋତରେ ଯୌବନ ଆୟୁଷ
କେତେଦିନ ମତେ କୁହ,
ଜୀବନ ବେଳା ରେ ଖୁସି ର ଜୁଆର
କେବେ ଫେରିଯାଏ କୁହ ।
ସମ୍ପର୍କ ବୃକ୍ଷ ରେ ସନ୍ଦେହ ପୋକଟି
କେବେ ଲାଗିଯାଏ କୁହ,
ଶବ୍ଦ ର ଧାର ରୁ ସଂଗ୍ରାମ ର ରକ୍ତ
କେବେ କେବେ ବୁହେ କୁହ ।
ଆଲୋକ ଆଗରେ ଅନ୍ଧାର ର ଖେଳ
କେତେ କ୍ଷଣ ମତେ କୁହ,
ପାଉଁଶ ଭିତରେ ନିଆଁ ର ଅସ୍ତିତ୍ବ
କେତେ କ୍ଷଣ ମତେ କୁହ ।
ଅଳସୀ ଆଖିରେ ଅବାସ୍ତବ ସ୍ବପ୍ନ
କେତେ ଘନ ମତେ କୁହ
ଅହଙ୍କାରୀ ପାଇଁ ଜ୍ଞାନ ର ମହତ୍ତ୍ୱ
କେତେ ଉଚ୍ଚ ମତେ କୁହ ।
