STORYMIRROR

Sudhansu Kumar Tripathy

Romance Classics

3  

Sudhansu Kumar Tripathy

Romance Classics

ମାନ ଭଞ୍ଜନ-୦୧

ମାନ ଭଞ୍ଜନ-୦୧

1 min
126

ଅଙ୍କଶାୟିନୀ ମୋ ଆସ , ଅବିଳମ୍ବେ କୋଳେ ବସ,

ଆଶ ମୋ ନ କର ନାଶ, ଆଡ଼ କିମ୍ପା କର ଦାସ।


ଇତର ମୁଁ ତୋର ବଶ ,ଇତି କରି ତୋର ରୋଷ,

ଈଶ ପଣେ ଗଉରବେ, ଈଷିତେ ମଧୁର ଭାଷ।


ଉଦାସ ନ କରି ଚିତ୍ତ , ଉଦ୍ଧର କନ୍ଦର୍ପ ଫାଶ

ଊରୁ ଶୋଭିନୀ ତୋ' ପ୍ରୀତି, ଊଣା ହେଲେ ଯିବି ନାଶ।


ଏଣୀ ନୟନା ଚାତୁରୀ ,ଏଣେ ସଢ଼େ ମୋ ମାନସ

ଐରାବତ ଗମନାରେ,ଐକ୍ୟ ଭାବକୁ ପ୍ରକାଶ।


ଓଜ ଭାଙ୍ଗେ ମାର ମାରି, ଓଜନ ହେଲାଣି ହ୍ରାସ,

ଔଚିତ୍ୟ ବୋଲେ ସୁଧାଂଶୁ, ଔଷଧ ପୀରତି ରସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance