ପ୍ରୀତି ମଲ୍ଲିକା ଗୋ
ପ୍ରୀତି ମଲ୍ଲିକା ଗୋ
ପ୍ରୀତି ମଲ୍ଲିକା ଗୋ
ଅବଦାତ ପ୍ରିୟା
ତୁମ, ପ୍ରୀତି ଶିକୁଳିରେ ମୁଁ ବନ୍ଧା,
ପ୍ରଣୟ ପୀୟାସୀ
ମୁଁ ଯେ ତୁମ ଅତି ପ୍ରିୟତମ
ତୁମେ ମୋ ରଜନୀଗନ୍ଧା।।
ଶୀର୍ଣ୍ଣ ବେଳାର
ଉଦାସୀ ଲଗନେ
ନିତି ଆସ ତୁମେ ହେୟକରି ବାଧା,
ବର୍ଣ୍ଣ ବିଳାସୀ ଗୋ
ସରସୀ ରୂପସୀ
ମୁଗ୍ଧା ପ୍ରଣୟିନୀ ଆଗୋ ଚପଳଛନ୍ଦା।।
ଲିଭିଯାଏ ଯେବେ
ସୁହାଗ ର ରଙ୍ଗ
ମାଖିଦିଅ ପୁଣି ତୁମେ ତ ଅଳସୀ ସନ୍ଧ୍ୟା।।

