Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhansu Kumar Tripathy

Romance Classics

3  

Sudhansu Kumar Tripathy

Romance Classics

ବସନ୍ତ ଆଗମନ

ବସନ୍ତ ଆଗମନ

1 min
118


   ରାଗ-ଆହାରୀ-

ପ୍ରଫୁଲ୍ଲ ଅନ୍ତରେ ପ୍ରକୃତି ବକ୍ଷରେ

ପ୍ରବେଶିଲେ ଋତୁରାଜନ,

ପ୍ରମୋଦେ ଧରଣୀ ବିଲୋକିବାକ୍ଷଣି

ପ୍ରଣିପାତ କରି ବହନ,

ପ୍ରଦାନେ -ଶ୍ୟାମଳ ପାରିନ୍ଦ୍ର ଆସନ,

ପ୍ରଶାଖା ପ୍ରସାରି ପାଦପେ ପଲ୍ଲବ

ପ୍ରସୂନେ କରିଲେ ପୂଜନ।୧।

ପ୍ରଶଂସା ପ୍ରଚାରେ ପ୍ରାନ୍ତରେ ପ୍ରାନ୍ତରେ

ପ୍ରମତ୍ତ ଭ୍ରମର ଗୁଞ୍ଜନ,

ପ୍ରମଦା ଉରଜ ଘାତେହୋଇ ଖଞ୍ଜ

ପ୍ରଭଞ୍ଜନ ଧୀର ଗମନ,

ପ୍ରଧାନ-ପ୍ରଣୟଫାଶରେ ମଦନ,

ପ୍ରକୋପେ ପ୍ରହାର କରି ପଞ୍ଚଶର

ପ୍ରତି ପ୍ରାଣେ ଆଣେ କମ୍ପନ।୨।



Rate this content
Log in

Similar oriya poem from Romance