STORYMIRROR

Sudhansu Kumar Tripathy

Classics Inspirational

3  

Sudhansu Kumar Tripathy

Classics Inspirational

ଆହ୍ୱାନ

ଆହ୍ୱାନ

1 min
261

ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ସବୁବେଳେ ଜାତିପ୍ରିତି ବଜାୟ ରହୁ।


ଜାଗରେ ଜାଗରେ ଉତ୍କଳ ର ବୀର

  ଶାଣିତ କର ରେ ଅଶୀ,

ପୂରୁବ ଖ୍ୟାତି କି ପାସୋରିଲ ମନୁ

  ନିରବ ରେ ଗଲ ବସି


ସ୍ୱାର୍ଥ ଗାଢ଼େ ପଡି ଜାତି ନନ୍ଦିଘୋଷ

  ଅଟକି ଗଲାଣି ଆଜି,

ଟାଣିବାକୁ ଲୋଡ଼ା ଜାତିପ୍ରିତି ରଜ୍ଜୁ

  ରାଷ୍ଟ୍ର ଏକତା ରେ ମଜ୍ଜି


ଦୁର୍ବଳ ନୁହଁଇ ଏ ଓଡ଼ିଆ ଜାତି

  ମନେ ନାହିଁ ଯା'ର ଭୀତି,

ଶୁଭ ମୁହୂର୍ତ୍ତ ଯେ' ଉପଗତ ଆଜି

  ଜାତି ସ୍ୱର୍ଥେ ଯିବା ମାତି


ଦେଲେ ବଳିଦାନ ସେ ମଧୁସୂଦନ

  କୃଷ୍ଣଚନ୍ଦ୍ର ଗଜପତି,

ଜାତି ରକ୍ଷା ଲାଗି କର୍ଣ୍ଣଧାର ହେଲେ

  ବ୍ୟାସକବି ସେନାପତି


ଓଡ଼ିଆ ବୋଲି ତୁ ଗରବେ କହରେ

  ଫୁଲାଇ ଚାଲ ତୋ ଛାତି,

କି କରି ପାରିବେ,କୁଟିଳ କାରିକା

  ଗର୍ଜନେ ପାଇବେ ଭୀତି


ଗଙ୍ଗା ,ଗୋଦାବରୀ ତଟ ସୁଶୋଭିନି

  ବିରପ୍ରସବା ଏ ମାଟି,

ନିଜ ସ୍ୱାର୍ଥେ ଯଦି ଜଡିତ ରହିବା

  ଫାଟିଯିବ ତା'ର ଛାତି


ଯାହା ପ୍ରଶଂସାରେ ,ବିଶ୍ୱ ଶତମୁଖ

  ରଖିବା ତାହାରି ଖ୍ୟାତି

ମା' ପ୍ରେମ ଭୁଲି, ମାଉସୀ ପ୍ରେମରେ

  କାହିଁ ବଳାଇବା ମତି


ଆଜିର ଲଗ୍ନ ରେ ନେବା ହେ ପ୍ରତିଜ୍ଞା

  ଜାତିସ୍ୱାର୍ଥେ ହେବା ବ୍ରତୀ

ଭୁଲିଯିବା ସବୁ ମାନ ,ଅଭିମାନ

  ବାଣ୍ଟି ଚାଲୁଥିବା ପ୍ରିତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics