STORYMIRROR

Sudhansu Kumar Tripathy

Abstract Tragedy

4  

Sudhansu Kumar Tripathy

Abstract Tragedy

କେତେ ଦୂର ମତେ କୁହ

କେତେ ଦୂର ମତେ କୁହ

1 min
231


ଛଳନା ରାଜ୍ୟରେ ବିଶ୍ୱାସ ଦଉଡି

  କେତେ ଦୃଢ ମତେ କୁହ,

ମିଛର ଯୁଇରେ ସତ୍ୟର ଜୀବନ

  କେତେ କ୍ଷଣ ମତେ କୁହ...?


ସମୟ ସ୍ରୋତରେ ଯୌବନ ଆୟୁଷ 

  କେତେଦିନ ମତେ କୁହ,

ଜୀବନ ବେଳାରେ ଖୁସିର ଜୁଆର

  କେବେ ଫେରିଯାଏ କୁହ...?


ସମ୍ପର୍କ ବୃକ୍ଷରେ ସନ୍ଦେହ ପୋକଟି

  କେବେ ଲାଗିଯାଏ କୁହ,

ଶବ୍ଦର ଧାରରୁ ସଂଗ୍ରାମର ରକ୍ତ

  କେବେ କେବେ ବୁହେ କୁହ....?


ଆଲୋକ ଆଗରେ ଅନ୍ଧାରର ଖେଳ

  କେତେ କ୍ଷଣ ମତେ କୁହ,

ପାଉଁଶ ଭିତରେ ନିଆଁର ଅସ୍ତିତ୍ବ 

  କେତେ କ୍ଷଣ ମତେ କୁହ....?


ଅଳସୀ ଆଖିରେ ଅବାସ୍ତବ ସ୍ବପ୍ନ

  କେତେ ଘନ ମତେ କୁହ

ଅହଙ୍କାରୀ ପାଇଁ ଜ୍ଞାନର ମହତ୍ତ୍ୱ

  କେତେ ଉଚ୍ଚ ମତେ କୁହ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract