STORYMIRROR

Sudhansu Kumar Tripathy

Abstract Drama Inspirational

3  

Sudhansu Kumar Tripathy

Abstract Drama Inspirational

ପୁରୁଷର ହସ୍ତ

ପୁରୁଷର ହସ୍ତ

1 min
239

ଯା ସର୍ପିଳ ଆଙ୍ଗୁଠି ପସା ଖେଳରେ ଅଭ୍ୟସ୍ତ

ଯା ଦୀର୍ଘ ବପୁ ବିବସ କରିବାରେ ନ୍ୟସ୍ତ

ତୁମେ ଭୁଲ ରେ ବି; ଭୁଲ ନାହିଁ

ଏ ସେହି ପୁରୁଷ ର ହସ୍ତ।।

ହାତ ଚିପି କଥା କହେ,ପ୍ରତିଶ୍ରୁତି ଭାଙ୍ଗିଦିଏ

ପିଠିରେ ଥପୁଡା ମାରି,ରକ୍ତ ସବୁ ଶୋଷି ନିଏ

ତୁମେ ଭୁଲ ରେ ବି ଭୁଲ ନାହିଁ

ଏ ସେହି ପୁରୁଷ ର ହସ୍ତ।।

ତୁମ କଅଁଳ ପାପୁଲିର ,ରେଖାସବୁ ଗଣିବା ଆଳ ରେ

ନିଜର କୁଚକ୍ର ଚଳାଏ ,ତୁମ ଭାଗ୍ୟ ଘରେ

ତୁମେ ଭୁଲ ରେ ବି ଭୁଲ ନାହିଁ

ଏ ସେହି ପୁରୁଷ ର ହସ୍ତ।।

ଗୋଲାପ ଧରାଇ କଣ୍ଟା ଫୋଡେ ତୁମ ହୃଦୟ ରେ

ଚିମୁଟେ ଖୁସି ଦେଖାଇ ,ଡବାଏ ଦୁଃଖ ବିକେ ବଡ଼ ସହଜ ରେ

ତୁମେ ଭୁଲ ରେ ବି ଭୁଲ ନାହିଁ

ଏ ସେହି ପୁରୁଷ ର ହସ୍ତ।।



Rate this content
Log in

Similar oriya poem from Abstract