STORYMIRROR

Sudhansu Kumar Tripathy

Romance Classics

3  

Sudhansu Kumar Tripathy

Romance Classics

ମାନ ଭଞ୍ଜନ-୦୧

ମାନ ଭଞ୍ଜନ-୦୧

1 min
180


କନକ ବରନା ଗୋରୀ ,କରୁ କିମ୍ପା ଏତେ ସରି

ଖଣ୍ଡ ମୋ ଦୁର୍ଦ୍ଦଶା ବାରେ, ଖୁଆଇ ପ୍ରୀତି ସୁପାରୀ।


ଗଜଗାମିନୀ ଚତୁରୀ , ଗଲୁକି ମନୁ ପାଶୋରି, 

ଘନ କେଶୀ ଅଭିମାନେ, ଘୁଞ୍ଚନା ତୁ ଘୃଣା କରି।


ଚନ୍ଦ୍ରବଦନୀ ସୁନ୍ଦରୀ, ଚକ୍ଷୁ ଫେଡ଼ି ଚାଁହାଥିରି

ଛନ୍ଦି ଦେଇ ବାହୁ ଫାଶେ, ଛଇଳି ନିଅରେ ଧରି।


ଜଳେ ହୃଦୟ ମୋହରି , ଜାଳେ ମାର ସାଜି ଅରି,

ଝିଙ୍ଗାସେ ନ ଭାଷ ଗିରେ, ଝୁରି ଝୁରି ଯିବି ମରି।


ଟଳମଳ ହୁଏ ଶିରୀ , ଟାଳ ବିପତ୍ତି ମୋହରି,

ଠାରି ସୁଧାଂଶୁ କହଇ,ଠିକେ ବୁଝ ଠାବ କରି।


Rate this content
Log in

Similar oriya poem from Romance