Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Romance Inspirational Others

3  

Chittaranjan Nanda

Romance Inspirational Others

ପ୍ରତୀକ୍ଷା ଲମ୍ବା, ପ୍ରେମଭାବ ଗହୀର

ପ୍ରତୀକ୍ଷା ଲମ୍ବା, ପ୍ରେମଭାବ ଗହୀର

1 min
186



ପ୍ରେମିକ ପ୍ରେମିକା ମଧ୍ୟରେ ଥାଏ 

ଅତୁଟ ବନ୍ଧନ,

ପ୍ରେମିକା ପାଇଁ ପ୍ରେମିକର ବୟସ 

ନଥାଏ ସ୍ଥାନ ।


ପ୍ରେମିକାର କେବଳ ଏବଂ କେବଳ 

ରହି ଥାଏ 

ମନେ ପ୍ରେମ ଓ ସେନେହ ର କ୍ଷୁଧା 

ରହି ଥାଏ ।


ଦୁଇ ଅକ୍ଷର ଗଢା ତ୍ୟାଗ, ଏକ 

ସାଧାରଣ ଶବ୍ଦ,

ପ୍ରେମିକ ପ୍ରେମିକା ହୃଦୟେ ତ୍ୟାଗ 

ଗୁଣ ସମ୍ପଦ ।


ପ୍ରେମିକା ପ୍ରେମିକ, ଗୋଲାପ 

ପ୍ରେମରେ ଅନ୍ଧ,

ତ୍ଯାଗ ଗୁଣରେ ବଳରେ ପ୍ରେମର 

ବଢ଼ଇ ମହତ ।


ପ୍ରେମ ପରି ସରବ ସମ୍ପର୍କ ତ ସୂତା

ଖିଅରେ ବନ୍ଧା  

ରାଗ, ରୁଷା, ବିବାଦ ବଢ଼ିଗଲେ ହୁଏ 

ପ୍ରେମର ନିନ୍ଦା ।


ଏଥିପାଇଁ କହୁଛି ମୋର ସମସ୍ତ ଭାଇ 

ଓ ଭଉଣୀଙ୍କୁ

ବିନା ଦ୍ୱିଧାରେ ଭଲ ଭାବରେ କରନ୍ତୁ 

ପ୍ରେମ, ପ୍ରେମକୁ ।


ପ୍ରେମର ସରଳତା ବା ବାଖ୍ୟା କଅଣ 

ଯାଏ ଆସେନା

ପ୍ରେମରେ ରାଗ, ରୁଷା ଆସେ, ଘୃଣା

ଭାବ ରହେନା ।


ସଦା ସର୍ବଦା ପ୍ରେମର ସୁନ୍ଦର ରୂପ 

ପ୍ରତୀକ୍ଷା ହୋଇଥାଏ

ପ୍ରତୀକ୍ଷା ଯେତେ ଲମ୍ବା, ପ୍ରେମଭାବ 

ଅଧିକ ଗହୀର ହୁଏ ।


ଅହଂ ଭାବ ଯଦି ଆସିଗଲା ମନେ

ପ୍ରେମ ପଡେ ବିପଦରେ

ବିବାଦ ତୁଟିବାର ସମାଧାନ ସୂତ୍ର  

ନାହିଁ ଏ ସଂସାରରେ ।


ପ୍ରେମିକ ପ୍ରେମିକା ମଧ୍ୟରେ ପରଷ୍ପର 

ଦୋଷ ଲଦା ଲଦି ହେଲେ

ପାଇବନି କେବେ ଖୁସି, ଏଇ ଚିରନ୍ତନ

ସତ୍ୟକୁ ନବୁଝି ପାରିଲେ ।



Rate this content
Log in

Similar oriya poem from Romance