STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ଆସ ପ୍ରିୟା

ଆସ ପ୍ରିୟା

1 min
117


ଆଉ ଥରେ ପୀରତିରେ ହଜିଯିବା ଆସ ପ୍ରିୟା

ମିଠା ମିଠା ମହକରେ ମଜ୍ଜି ଯିବା ଆସ ପ୍ରିୟା ।

ଟିପି ଟିପି ବରଷା ର ଛିଟା ଟିକି ଟିକି ଚାଖି

ପାଶୋରା ପ୍ରୀତିକୁ ପୁଣି ଖୋଜିଯିବା ଆସ ପ୍ରିୟା।

ଜାକିରଖ ଛାତି ପାଖେ କେତେଖଣ୍ଡ ବହି ଖାତା

ଇସ୍କୁଲ ଫେରନ୍ତା ବାଟ ଦେଖିଯିବା ଆସ ପ୍ରିୟା।

ସାଳନ୍ଦୀ ନଈ କୂଳରେ ବାଟ ବରକୋଳି ବଣ

ଖେଳ ଛୁଟି ବେଳେ କୋଳି ତୋଳିଯିବା ଆସ ପ୍ରିୟା।

ଚଇତି ପୁନେଇଁ ବେଳ ଘୋଡ଼ା ନାଚ ଯୋଡ଼ା ଯୋଡ଼ା,

ମେଳନ ପଡ଼ିଆ ଆଡ଼େ ଦେଖିଯିବା ଆସ ପ୍ରିୟା।

ଘୋଡା ନାଚୁଥିବ ନାଚ ଢୋଲ ମହୁରୀର ତାଳେ

ବାଟୁଆ ଭାଇର ଗୀତ ଶୁଣିଯିବା ଆସ ପ୍ରିୟା।

ମକର ମେଳାର ସଞ୍ଜ ରାଇମଣୀ ଛକ ପାଖେ

ଆଜି ବି ବସିଛି ମେଳା ଦେଖିଯିବା ଆସ ପ୍ରିୟା।

ତୁମେ ତୁମ ଘରେ ଆଉ ମୁଁ ଲେଖୁଛି କବିତା

ଅତୀତର ସ୍ମୃତି ତାଳେ ଝୁମିଯିବା ଆସ ପ୍ରିୟା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance