ଥରେ ଦେବୁ ଯଦି ଅନୁମତି
ଥରେ ଦେବୁ ଯଦି ଅନୁମତି


ଥରେ ଦେବୁ ଯଦି ଅନୁମତି
ମନର କଥା କହିବାର
ହୁଏତ ସରିଯିବ ଦିନ ଆଉ ରାତି
ସରିବନି ମୋ ଗପର ପେଡ଼ି
ଉଦିତ ସୂର୍ଯ୍ୟର ଆଭାରେ ଆରମ୍ଭ ହୋଇ
ବୁଡ଼ିଯିବ ଅସ୍ତଗାମୀ ସୂର୍ଯ୍ୟ
କିନ୍ତୁ ରହିଯିବ କିଛି ଅଛିଣ୍ଡା ଗଣ୍ଠି
ରହି ରହି ଭାବନାର ଉତ୍ତପ୍ତ ଲାର୍ଭାରେ
ତାତୁଥିବ ହୃଦୟ ପ୍ରଦେଶ
ନଥିବ ଧୈର୍ଯ୍ୟ ରହିବାକୁ ଚାହିଁ ଉଦିତ ସୂର୍ଯ୍ୟକୁ l
ଥରେ ଦେବୁ ଯଦି ଅନୁମତି
ମନ ଭରି କାନ୍ଦିବାର
ଭସାଇଦେବି ଲୁହର ସମୁଦ୍ରରେ
କଷ୍ଟର ଅଶାନ୍ତ ଯାତନାକୁ
ତରଙ୍ଗାୟିତ ଭାବ ସବୁ ପଡ଼ି ଉଠି
ଛୁଉଁଥିବ ମୋ ଲୁହର ପାରାବାରକୁ
ବିକଟାଳ ଗର୍ଜନ ଦାଉରେ
ଥରିଯିବ ଦୁନିଆର ଆଖି
ଧୋଇଦେବି କୋହ ବାଲୁକାକୁ
ଭିଡ଼ିନେବି ହୃଦ ଗହ୍ୱରକୁ l