STORYMIRROR

Saudamini Tripathy

Drama

3  

Saudamini Tripathy

Drama

ଆମ ପିଲାବେଳ

ଆମ ପିଲାବେଳ

1 min
165

କଥା ଟିଏ କହୁ କଥା ଟିଏ କହୁ

କି- ସ କଥା, ଆମ ଗାଁ ର କଥା

ଚୈତ୍ର ମାସର ଘୋଡା ନାଚ ସଙ୍ଗେ

ଗାଆଁ ତୋଟାରେ ମିଳି ମଉଜ କଥା l


କୁନୁ,ମୁନୁ,ଟୁନା କୁନି ରୁନି

ଆସ ଆସ ତୁମେ ପାଖରେ ବସ

ଗାଁ କୁ ଆସିଛ ସହର କୁ ଛାଡ଼ି

ଗପ କହିବି ଶୁଣ ହୋଇ ହରସ l


ଟି ଭି ସିନେମା ନଥିଲା ଆମ ପିଲା ବେଳେ

ଗରମ ଛୁଟିରେ ସବୁ ଗାଁ ପିଲେ

ମିଳି ମିଶି ମଜା କରୁ ଗାଁ ଯାତରେ

ଉପଭୋଗ କରୁ ବର୍ଷକେ ଥରେ l


ପଣା ସଂକ୍ରାନ୍ତି ରେ ପାଟୁଆ ନାଚ

ଭେରୀ ତୁରୀ ସଙ୍ଗେ କଳ ଘୋଡା ନାଚ

ନାଚିଥାନ୍ତି ପୁରୁଷ ଦୁଇଟି ସ୍ତ୍ରୀ ବେଶ ହୋଇ

ଚଢେଇଆ ସାଙ୍ଗରେ ଧୂଡୁକ ନାଚ l


ସବୁ ପିଲା ଆମେ ଗାଁ ତୋଟାରେ

ସୁଲୁସୁଲିଆ ପବନ ତାସ୍ ଖେଳରେ

କଉଡି ପଶା ଖେଳି ଆମ୍ବ ତୋଟାରେ

ମଜା କରିଥିଲୁ ଗରମ ଛୁଟିରେ l


ଉଦୁ ଉଦୁମା ତାଳ ଗୋଟମା

ତାଳ ବାଉରାଣୀ ପିତେଇ ସମା

ଚଇତ୍ର ମାସରେ ଚଇତି ଘୋଡ଼ା

ନିଆଁ ପାଟୁଆରେ ବାଟ ଚାଲୁଥିଲେ

ଡ଼ହ ଡହ ହୋଇ ରଡ ଝୁଣା ମରା

ଏକଡୁ ସେକଡ ଚାଲି ଚାଲି ଯାଇ

ହଳଦୀ ପାଣିରେ ଗୋଡ ଡୁବାଇ

ମାଆ ମଙ୍ଗଳାଙ୍କୁ ମନରେ ଧ୍ୟାୟି

ନ ହୁଏ ଫୋଟକା ନ ପୋଡିଯାଏ ଗୋଡ

ସରବେ ଦେଖନ୍ତି ଆଶ୍ଚର୍ଯ୍ୟ ହୋଇ

ହୁଳହୁଳି ହରି ବୋଲ କରତାଳି ଦେଇ l


ଏମିତି ଅନେକ କଥା ରହିଛି

ବାର ମାସେ ତେର ପରବ ପାଳୁଟି

ମିଳିମିଶି ସରବେ ଗ୍ରାମବାସୀ

ଭାଇ ବନ୍ଧୁ କୁଟୁମ୍ବ ସାହି ପଡୋଶୀ

ଅପା ଖୁଡୀ ପିଉସୀ ନାନୀ ମାଉସୀ

ଗୋଟିଏ ମା'ର ଆଠ ଦଶଟି ପିଲା

ସାହି ପଡ଼ିଶାଙ୍କ ସାଙ୍ଗରେ ପଠାଇ

ନ ଡରି ମାଆ ଘରେ ଶାନ୍ତିରେ ରହଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama