STORYMIRROR

Debjani Sathua

Drama Tragedy Classics

3  

Debjani Sathua

Drama Tragedy Classics

ଇପ୍ସିତ ସ୍ୱପ୍ନ

ଇପ୍ସିତ ସ୍ୱପ୍ନ

1 min
272

ସହରୀ ଜୀବନ ନଈର ଅଦୃଶ୍ୟ ପରୀଟିଏ,

    କହିଯାଏ କାନେ ମରମର ସତ କଥାଟିଏ।


ଚାକିରିିିଆ ମଧ୍ୟବିତ୍ତ ମଣିଷର ଆଶାଟିଏ,

    ଗଢିିବାକୁ ସହରେ ଆପଣାର ବସାଟଏ,


ଧଳା ବାଦଲରେ ଲୁଚିଯାଏ  ଇପ୍ସିତ ସ୍ୱପ୍ନଟିଏ।

   ତୃଷାତୁୁୁର ମନ ଖୋଜି ବୁଲେ ସହରୀ ଜାଗାଟିଏ,


ନିଦ୍ରାହୀନ ଆଖି ଚାହିଁଁରହେ ତୋଳିବାକୁ ନିଡଟିିିଏ।

    ଅପେକ୍ଷିତ ସ୍ୱପ୍ନ ସାକାର କରିିବ କେଜାଣି କିିଏ?


ମୁଁ ତ ସାମାନ୍ୟ ସ୍ୱଳ୍ପ ଶକ୍ତି ସମ୍ପର୍ଣ୍ଣ ମଣିଷ ଟିଏ।

ସବୁ ଥାଇ ବି ନିସ୍ୱତାର ଅନୁଭୂତି ହିଁ ପାଏ।


   କର୍ମ ଜୀବନେ ବୁଲି ଭଡାଘରେ କାଟିଛି ଯିିଏ,

ସୁଉପଲବ୍ଧ ଫ୍ଲାଟ ନେବାକୁ ମନସ୍ଥ କରି ନିଏ।


    ହଜିିଯାଏ ପୁଣି କଳ୍ପନାର ଭିିିନ୍ନ ଏକ ପୃଥିବୀଟିିଏ।

ପାଇବାକୁ ସହଭାଗୀତାହୀନ ଚିରଇପ୍ସିତ ଘରଟିଏ।


    ନିଡ଼ ଗଢା ପ୍ରକ୍ରିୟାର  ପଦ୍ମ ପୁଣି ଘୁୁଞ୍ଚି ଘୁୁଞ୍ଚି ଯାଏ,

ଭଉଣୀ ବାହାଘରରେ ସଂଚୟ କିଛି କମିଯାଏ, 


   କେବେ ଅସୁସ୍ଥତାରେ ଡାକ୍ତରଙ୍କ ପାଉଣାରେ ସରିିିଯାଏ।

ପିଲାଙ୍କ ପଢାଖର୍ଚ୍ଚ ସମୟାନୁସାରେ ବଢି ବଢି ଯାଏ ।


  ଅଗଣିତ ଅସହାୟତାରେ ମଧ୍ୟବିତ୍ତର ମନ ସନ୍ତୁଳି ହୁଏ।

ଯଦିିଓ ଯତ୍ନହୀନ ପୈତୃକ ବାସ ଅପେକ୍ଷା କରି ଥାଏ,


      ସହର ଛାଡି ଆଉ ସେ ଜୀବନେ ବଞ୍ଚି କି ହୁୁଏ ?

ସମ୍ବଳ ଥାଇ ବି ସ୍ୱପ୍ନର କୋଣାର୍କ ଗଢି ନ ହୁଏ। 


  ବୁଲିବୁଲି ମନଟା ସେଇ ସହଜଲବ୍ଧ ଫ୍ଲାଟରେ ଅଟକିଯାଏ। 

ନିଜସ୍ୱ ଘରଡିହ ବସରିତ ସ୍ୱପ୍ନ ପାଲଟି ରହିଯାଏ,


    ଅପୂର୍ଣ୍ଣ ସ୍ୱପ୍ନ ଭାଗ୍ୟବାଦରେ ଲଦି ମୁକ୍ତ ହୋଇଯାଏ। 

ଛାତିର ନିବୃତ୍ତ କୋଣରେ କୋଉଠି କିନ୍ତୁ ହଜେଇଦିିିଏ ...


   ଦାଣ୍ଡ ଦୁଆରେ ଟିକି ଫୁଲ ବଗିଚାଟିିଏ ,

    ବାରିିର ଛୋଟ ସାଗ ପଟାଳି ଟିଏ ,


      ଅଗଣାରେ ବୃନ୍ଦଦାବତୀଙ୍କ ଚଉରାଟିଏ ,

       ପାଖେ ତା' କାର୍ତ୍ତିକ ମାସର ମୁରୁଜଟିଏ ,


ଫ୍ଲାଟ ପରିସର ପାର୍କ ,ସୁଇମିଙ୍ଗ୍ ପୁୁୁଲ୍ ,କମ୍ୟୁନିଟି ହଲ୍

 ଅନେକ ବାହାନାରେ ମନକୁ ଫାଙ୍କି,


             ମନ ହିଁ ମନକୁ ବୁଝାଇ ଦିଏ।

ଏହା ହିିଁ ବୋଧେ ସ୍ୱପ୍ନହତ ମନର ନିଚ୍ଛକ ବିକଳ୍ପ ଟିଏ। 


   


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama