ଇପ୍ସିତ ସ୍ୱପ୍ନ
ଇପ୍ସିତ ସ୍ୱପ୍ନ
ସହରୀ ଜୀବନ ନଈର ଅଦୃଶ୍ୟ ପରୀଟିଏ,
କହିଯାଏ କାନେ ମରମର ସତ କଥାଟିଏ।
ଚାକିରିିିଆ ମଧ୍ୟବିତ୍ତ ମଣିଷର ଆଶାଟିଏ,
ଗଢିିବାକୁ ସହରେ ଆପଣାର ବସାଟିଏ,
ଧଳା ବାଦଲରେ ଲୁଚିଯାଏ ଇପ୍ସିତ ଜହ୍ନଟିଏ।
ତୃଷାତୁୁୁର ମନ ଖୋଜି ବୁଲେ ସହରୀ ଜାଗାଟିଏ,
ନିଦ୍ରାହୀନ ଆଖି ଚାହିଁରହେ ତୋଳିବାକୁ ନିଡଟିିିଏ।
ଆକାଂକ୍ଷିତ ସ୍ୱପ୍ନ ସାକାର କେମିତି କରିିବ ସିଏ ?
ସେ ତ ସାମାନ୍ୟ ସ୍ୱଳ୍ପ ଶକ୍ତି ସମ୍ପର୍ଣ୍ଣ ମଣିଷ ଟିଏ।
ସବୁ ଥାଇ ବି ନିସ୍ୱତାର ଅନୁଭୂତି ହିଁ ପାଏ।
କର୍ମ ଜୀବନଟା ବୁଲି ଭଡାଘରେ ସାଲିସ କରିଛି ଯିିଏ,
ମନଟା ସୀମିତବେଷ୍ଟିତ ଫ୍ଲାଟ ନେବାକୁ ଅବୁଝା ହୁଏ।
ହଜିିଯାଏ ପୁଣି କଳ୍ପନାର ଭିିିନ୍ନ ଏକ ପୃଥିବୀଟିିଏ।
ପାଇବାକୁ ସହଭାଗୀତାହୀନ ଚିରଇଛିତ ଘରଟିଏ।
ଭଉଣୀ ବାହାଘରରେ ସଂଚୟ କିଛି କମିଯାଏ,
କେବେ ଅସୁସ୍ଥତାରେ ଡାକ୍ତର ପାଉଣାରେ ସରିିିଯାଏ ।
ସମୟାନୁସାରେ ପିଲାଙ୍କ ପଢାଖର୍ଚ୍ଚ ବଢି ବଢି ଯାଏ ,
ନିଡ଼ ଗଢା ପ୍ରକ୍ରିୟାର ପଦ୍ମ ପୁଣି ଘୁୁଞ୍ଚି ଘୁୁଞ୍ଚି ଯାଏ ।
ମଧ୍ୟବିତ୍ତର ମନ ଅଗଣିତ ଅସହାୟତାରେ ସନ୍ତୁଳି ହୁଏ।
ଯଦିିଓ ଯତ୍ନହୀନ ପୈତୃକ ବାସ ଅପେକ୍ଷା କରି ଥାଏ,
ସହର ଛାଡି ଆଉ ସେ ଜୀବନେ ବଞ୍ଚି କି ହୁଏ ?
ସମ୍ବଳ ଥାଇ ବି ସ୍ୱପ୍ନର କୋଣାର୍କ ଗଢି ନ ହୁଏ।
ବୁଲିବୁଲି ମନଟା ସହଜଲବ୍ଧ ଫ୍ଲାଟରେ ଅଟକିଯାଏ।
ନିଜସ୍ୱ ଘରଡିହ ବିସରିତ ଆଶା ପାଲଟି ରହିଯାଏ,
ଅପୂର୍ଣ୍ଣ ଇଛା ଭାଗ୍ୟବାଦରେ ଲଦି ମୁକ୍ତ ହୋଇଯାଏ।
ଛାତିର ନିବୃତ୍ତ କୋଣରେ କୋଉଠି କିନ୍ତୁ ଲୁଚେଇଦିିିଏ ...
ଦାଣ୍ଡ ଦୁଆରେ ଟିକି ଫୁଲ ବଗିଚାଟିିଏ ,
ବାରିିର ଛୋଟ ସାଗ ପଟାଳି ଟିଏ ,
ଅଗଣାରେ ବୃନ୍ଦଦାବତୀଙ୍କ ଚଉରାଟିଏ ,
ପାଖେ ତା' କାର୍ତ୍ତିକ ମାସର ମୁରୁଜଟିଏ ,
ଫ୍ଲାଟ ପରିସର ପାର୍କ ,ସୁଇମିଙ୍ଗ୍ ପୁୁୁଲ୍ ,କମ୍ୟୁନିଟି ହଲ୍,
କେଆର ଟେକର ବଏ ,
ଅନେକ ବାହାନାରେ ନିଜକୁ ଫାଙ୍କି ଦିଏ,
ମନ ହିଁ ମନକୁ ବୁଝାଇ ନିଏ।
ଏହା ହିିଁ ବୋଧେ ସ୍ୱପ୍ନହତ ମଣିଷର ନିଚ୍ଛକ ବିକଳ୍ପ ଟିଏ।