STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ପ୍ରେରଣା

ପ୍ରେରଣା

1 min
23


ଜୀବନ ସହିତ ପ୍ରେରଣା ଜଡ଼ିତ

ପ୍ରତ୍ୟକ୍ଷ ବା ପରୋକ୍ଷରେ

ପ୍ରଥମ ପ୍ରେରଣା ନିଜ ପିତାମାତା

ସଂସ୍କାର ଶିକ୍ଷା ପ୍ରାପ୍ତିରେ 

ପ୍ରେରଣାର ମହତ ଗୁଣ ଧାରାରେ

ଜୀବନ ପରିମାର୍ଜିତ 

ଜୀବନରେ ସଫଳତା ଓ ବିକାଶ

ସହଜେ ପରିଲକ୍ଷିତ

ସକାରାତ୍ମକ ପ୍ରେରଣା ବିନିଯୋଗେ 

ଅଗ୍ରଗତି ସୁନିଶ୍ଚିତ

ନକାରାତ୍ମକ ଶୈଳୀ ସହ ପ୍ରେରଣା 

କେବଳ ଦୁର୍ଗତି ମାତ୍ର

ପ୍ରେରଣା ଗ୍ରହଣେ ଜୀବନର ମାର୍ଗ

ସହଜେ ପରିବର୍ତ୍ତନ

ପ୍ରେରଣା ବିହୁନେ ଅଗ୍ରଗତି ପଥେ

ଅବରୋଧ ଦୃଶ୍ୟମାନ 


ପିତାମାତା ସହ ଭାଇ,ବନ୍ଧୁ,ପତ୍ନୀ

ଶୁଭଙ୍କାକ୍ଷୀ ,ଗୁରୁଜନ

ଜୀବନର ପ୍ରତି ଟି ପଦକ୍ଷେପରେ

ପ୍ରେରଣା ପ୍ରଦାନେ ଧନ୍ୟ

ଶୀତଳ ମଳୟ ପବନ ଯେପରି

ହୃଦ ତାପ କରେ ଦୂର

ପ୍ରେରଣାର ମହା ଦାନ ସଂଶ୍ଲିଷ୍ଟ ରେ

ନିରାଶା ହୁଅଇ ଦୂର

ପ୍ରେରଣାର ଉତ୍ସ ବନ୍ଧୁ ପରିଜନ

ହିତଙ୍କାକ୍ଷୀ ଗୁରୁଜନ

ହୃଦ-ମୃତ୍ତିକାରେ ପ୍ରେରଣାର ବୀଜ

ହେଳେ କରନ୍ତି ବପନ 


ପୁରାଣ ଓ ଇତିହାସରେ ପ୍ରେରଣା

ଅନୁମେୟ ସହଜରେ

ଦେବୀ ଅବା ନାରୀ ଚରିତ୍ରରେ ସ୍ପଷ୍ଟ

ପ୍ରେରଣା ପ୍ରତି କ୍ଷେତ୍ରରେ

ପୁରାଣ ପୃଷ୍ଠାରେ ରହିଛି ବର୍ଣ୍ଣନା

ଦୁର୍ଗାଙ୍କ ପ୍ରେରଣା ଶକ୍ତି

ପାର୍ବତୀଙ୍କ ପତିବ୍ରତା ର ପ୍ରେରଣା

ମୀରା ଙ୍କ ପ୍ରେରଣା ଭକ୍ତି

ଯଶୋଦା ଙ୍କ ଠାରୁ ମାତୃତ୍ଵ ପ୍ରେରଣା 

ରାଧା ପ୍ରେମର ପ୍ରେରଣା

ଶୃଙ୍ଗାର କଳାର ପ୍ରେରଣା ପ୍ରତ୍ୟୟ

ସ୍ୱର୍ଗ ଲୋକ ନୃତ୍ୟାଙ୍ଗନା 

ଶୌର୍ଯ୍ୟ ର ପ୍ରେରଣା ଲକ୍ଷ୍ମୀ ବାଇ ଠାରୁ

ଇତିହାସ ଗାଏ ଗାଥା 

ମଦର ଟେରେସା ସେବାର ପ୍ରେରଣା

ସେବା ପାଇଁ ମହାନତା


ନିରାଶା ମନରେ ପ୍ରେରଣା ହିଁ ଶକ୍ତି

ମନୋବଳ ହୁଏ ବୃଦ୍ଧି

ନିଜ କୃତି ଓ ସର୍ଜନା ଅବିରତ ଧାରା 

ପ୍ରେରଣା ସହ ସମୃଦ୍ଧି

ଉତ୍କଣ୍ଠା ଉତ୍ସାହ ନବ ଉଦ୍ଦୀପନା

ପ୍ରେରଣା ସହ ଜଡ଼ିତ

ନୂତନ ସୃଷ୍ଟି ଅବା ବିକଶିତ ପଥେ

ପ୍ରେରଣା ବି ଅନ୍ତର୍ଭୁକ୍ତ

ପ୍ରେରଣା ଅଟଇ ଆଲୋକବର୍ତ୍ତିକା 

ଅନ୍ଧକାର ଜୀବନରେ

ଦୁର୍ବଳତା ଭାବ ତନ ଓ ମନରେ

ଦୃଢ଼ ହୁଏ ପ୍ରେରଣାରେ

ପ୍ରେରଣା ବଳରେ ନୂଆ ସମ୍ଭାବନା

ସକାଳର ସୂର୍ଯ୍ୟ ସମ

ଜୀବନ ଯୁଦ୍ଧରେ ବିଜୟୀ ଭାବନା

ପ୍ରାଣରେ ଜାତ ଉଦ୍ଦାମ

ପ୍ରେରଣା ବଳରେ ପଙ୍ଗୁ ଲଂଘି ପାରେ 

ଦୁର୍ଗମ ଗିରି ଶିଖର

କଳା କୃତି ଅବା ସାହିତ୍ୟ ରଚନା

ହୁଅଇ ଉତ୍କୃଷ୍ଟତ୍ତର

ମହତ ଭାବନା ଚରିତାର୍ଥ ଅର୍ଥେ

ଗ୍ରହଣ ହେଉ ପ୍ରେରଣା

ଆଶା-ହୀନ ଅସହାୟ ମାନବକୁ

ପ୍ରେରଣା ହିଁ ସାନ୍ତ୍ଵନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama