ଆମ ସ୍ୱପ୍ନର ପରୀ
ଆମ ସ୍ୱପ୍ନର ପରୀ
ସତେ କେତେ ତପସ୍ୟାର ଫଳ ଆମ କୁନି ପରୀ ,
ଜଗନ୍ନାଥଙ୍କ ଆଶୀର୍ବାଦର ଜୀବନ୍ତ ସ୍ୱରୂପ ପରି ।
ଏଇ ଅନନ୍ୟ ସମ୍ପତ୍ତିର ହୋଇ କେ ପାରିବ ସରି !
ଆସିଛି କେତେ ଭବିଷ୍ୟ ସପନେ ବନ୍ଧା ଗଣ୍ଠିଲି ଧରି
ବିଚ୍ଛୁରିତ ମୋତିର ମାଳା ଗୁନ୍ଥିବା ଇଛା ଅସୁମାରି ,
ଦେଖାଇଛି ଆଗାମୀ ପଥକୁ ଆମ ସଳଖ କରି ।
ଚାଲିବ ସମ୍ମୁଖେ ଆମର ନିର୍ଣ୍ଣାୟକ ପତାକା ଧରି ,
ନେବା ଶିଖାଇବ ନିଷ୍ପତ୍ତି ପରିପକ୍ୱତାକୁ ଭିତ୍ତି କରି।
ମାଡିଯିବାକୁ ସଂସାର ଝଡଝଞ୍ଜାକୁ ତିଳେ ନ ଡରି,
ଥାପିବା ପାଦ ଉଦ୍ଦାମ ମନର ଲଗାମକୁ ଭିଡି ଧରି ,
ହସ ଜୋତ୍ସ୍ନାରେ ଭିଜେଇ ସଙ୍ଗେ ବଢୁଥିବ ପରୀ ।
ମାତା ହୋଇ ସ୍ୱୟଂ ସମ୍ପୂର୍ଣ୍ଣା ହୁଏ ଯେ ନାରୀ ,
ଢାଳିଛନ୍ତି ଆଶିଷ ପ୍ରଭୁ ଦୁହିତା ରୂପେ ଆମରି ।
ନିଶ୍ଚେ ହୋଇବ ଦିନେ ଆମ ପ୍ରିୟ ବାନ୍ଧବୀ ପରି ।
ଜ୍ଞାନ ଗୁଣ ସ୍ୱାସ୍ଥ୍ୟ ସଂସ୍କାରେ ସେ ଧନକୁ ତିଆରି ,
ସୁନ୍ଦର ସୁଖମୟ ଜୀବନ ଦେବାର ସଂକଳ୍ପ କରି ,
ଗଢି ତୋଳିବୁ ପରୀକୁ ମାନବିକତାରେ ଉତ୍ତାରି ।
ଆନ୍ତରିକ ଆନନ୍ଦେ ସ୍ୱୀକାର୍ଯ୍ୟ ତୁମ ଆଶିଷ ଶ୍ରୀ ହରି ।