STORYMIRROR

Bidyadhar Mantry

Drama Romance Classics

4  

Bidyadhar Mantry

Drama Romance Classics

ଅଦିନ ଝଡ

ଅଦିନ ଝଡ

1 min
20


ଅଦିନରେ ମଲ୍ଲୀ ଫୁଲର ମହକେ

ପ୍ରାଣରେ କୁହୁକ ଜାତ

ଅଜଣା ପୁଲକ ତନ ମନ ହୃଦେ

ଆପେ ହେଲା ଆକର୍ଷିତ 

ଅକୁହା ଅବ୍ୟକ୍ତ ମନର ଭାଵନା

କ୍ରମେ ହେଲା ପ୍ରସାରିତ

ଦୁଇ ହୃଦୟ ମିଳନ ପରେ ବନ୍ଧୁ 

ଭାବ ହେଲା ଦୃଢୀଭୂତ

ସେ ମିଳନ ସେ ସମୟ ମୂକ ସାକ୍ଷୀ

ମାତ୍ର ରହିଛି ସ୍ମୃତିରେ

ସମ୍ପର୍କ ର ସେତୁ ଯାଇଛି ଭୁଷୁଡି 

କ୍ଷତ ହୃଦୟ ଭିତରେ


ଅଚାନକ ଅଦିନିଆ ଝଡ଼ ସମ

ଖବର ହେଲା ପ୍ରସାର

ଅତି ପରିଚିତ ଗଭାର ଗଜରା

ଉଡି ଯିବ ଅନ୍ୟ ପୁର 

ଉଜୁଡ଼ି ଗଲା ସେ ସାଇତା ସପନ

ଉଡି ଗଲା ସେ ଭାବନା

ଆଖି ଆଗେ ଦୃଶ୍ୟ ମଉଳା ଗଜରା

ମନ ପ୍ରାୟ ଆନମନା

ଅଦିନ ଝଡ ର ଠିକଣା ଜାଣିବା

ଭାବନା ନାହିଁ ମନରେ

ନିଭୃତ କୋଠରୀ ନିଜ ହୃଦୟର

ଧ୍ବସ୍ତ ଝଡ ପ୍ରକୋପରେ


ଆନ୍ତରିକତା ର ମୁଖା ପିନ୍ଧି ବୋଧେ

ଥିଲା ଆତ୍ମୀୟତା ଭାବ

ସୁନ୍ଦର ସମ୍ପର୍କ ଅଦିନ ଝଡ଼ରେ 

ହରାଇଛି ତା ସ୍ବଭାବ

ପ୍ରତାରଣା ଭାବ ଥିଲା ହୃଦୟରେ

ଥିଲା ମିଠା କଥା ଧାରେ 

ପ୍ରେମୀ ହୃଦୟକୁ ହୋଇଥିଲା ବନ୍ଧା

ଆଲିଙ୍ଗନ ବନ୍ଧନୀ ରେ

ପ୍ରତିଶୃତି ବଦ୍ଧ ଥିଲା ସେହି ପ୍ରିୟା 

ଜନମ ଜନମ ପାଇଁ 

ଆତ୍ମୀୟ ସ୍ୱଜନ ମେଳେ ପ୍ରକାଶିଲା 

କାହା ସହ ଭାବ ନାହିଁ

ପ୍ରତିଶୃତି ବଦ୍ଧା ହେଲା ପରେ ପରେ

ଗଢ଼ିଛି ନିଜ ସଂସାର

ଅଦିନ ଝଡ ର ଭୟଙ୍କର ରୂପ

ଦେଖି ଏ ପ୍ରାଣ ଅସ୍ଥିର


ହୃଦୟରୁ ଲହୁ ଚକ୍ଷୁ କୋଣେ ଲୁହ

ସେଇ ଝଡ ପ୍ରଭାବରେ

ଲୋତକ ର ବନ୍ୟା ଧୋଇ ଦିଏ ଲହୁ

ଅଦିନ ଝଡ ବର୍ଷାରେ 

ଭୟଙ୍କର ଝଡ ସହିବା ଶକତି

ତଥାପି ଅଛି ହୃଦରେ

ଆତ୍ମ ଚେତନାରେ ହେବାକୁ ଜାଗ୍ରତ

ଆଶା ବାନ୍ଧିଛି ମନରେ

ଅଦିନ ଝଡର ପ୍ରକୋପ ବି ଥିଲା

ପ୍ରଭୁ ଶ୍ରୀରାମ ଜୀବନେ

ରାତିର ଝଡରେ ସିଂହାସନ ଉଡି

ଜୀବନ ବିତିଲା ବନେ

ନଳ ରାଜା ପୁଣି ଘାସ କାଟି ଥିଲେ

ଅଦିନ ଝଡ ଦାଉ ରୁ

ଅଦିନ ଝଡରେ ସ୍ଥିତି ବାଟବଣା

ରହିଛି ଯୁଗ ଯୁଗରୁ

ଜୀବନ ରୂପକ ଡଙ୍ଗାର ନାଉରୀ

ସେଇ ବିଭୂଙ୍କ ପୟରେ

ବାନ୍ଧି ହୋଇ ରହୁ ନିଜ ତନ ମନ

ଅନୁଶାସନ ଡୋରୀରେ

ଅଦିନ ଝଡ଼ର ଭୟ ନାହିଁ ମନେ

ବିଭୁ ପ୍ରେମ ଥିଲେ ହୃଦେ

ସକଳ ଝଡ଼ର ନିୟନ୍ତ୍ରଣ କର୍ତ୍ତା

ସାହା ବିପଦେ ଆପଦେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama