STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଓଡ଼ିଆ ନୂଆ ବର୍ଷ ନାମକୁ ମାତ୍ର

ଓଡ଼ିଆ ନୂଆ ବର୍ଷ ନାମକୁ ମାତ୍ର

1 min
36


ପୌରାଣିକ ତଥ୍ୟ ବର୍ଣ୍ଣିତ ହୋଇଛି

ହିନ୍ଦୁ ନବ ବର୍ଷ ପ୍ରତି

ସୃଷ୍ଟି ର ପ୍ରଥମ ଦିନ ଚୈତ୍ର ମାସ

ଶୁକ୍ଲ ପ୍ରତିପଦ ତିଥି

ସେହି ଦିନ ଜଣା ଥିଲା ରବିବାର

ସୁର୍ଯ୍ୟ ସ୍ବାମୀ ଏ ଦିନର

ପ୍ରଥମ ହୋରାର ସ୍ବାମୀ ହେଲେ ସୂର୍ଯ୍ୟ

ଚନ୍ଦ୍ର ତା ପର ଦିନର

ମୁଖ୍ୟତଃ କେନ୍ଦ୍ର କରି ସୂର୍ଯ୍ୟ ଓ ଚନ୍ଦ୍ର

କାଳ ଗଣା ଭାରତରେ

ଚୈତ୍ର ମାସ ନବ ରାତ୍ରୀ ର ସମୟେ

ପ୍ରଥମ ଚନ୍ଦ୍ର ଦିନରେ

ହିନ୍ଦୁ ନବ ବର୍ଷ ରୂପେ ଗଣା ଯାଏ           

ହିନ୍ଦୁ ଧର୍ମ ଅନୁସାରେ

ପୁଣି ଭାରତର ବିଭିନ୍ନ ପ୍ରାନ୍ତରେ

ଭିନ୍ନ ଭିନ୍ନ ତିଥି ବାରେ ।


ଓଡ଼ିଶାରେ ପଣା ସଂକ୍ରାନ୍ତି ତିଥିରେ

ନବ ବର୍ଷର ପାଳନ

ମହା ବିଷୁବ ପୁଣି ଜଳ ସଂକ୍ରାନ୍ତି 

ନାମରେ ନାମ କରଣ 

ବିଧି ବିଧାନ ସହିତ ପଣା ଲାଗି

ଠାକୁରଙ୍କ ନିକଟରେ

ନୂତନ ପଞ୍ଜିକା ଚଳନ ବିଧାନ

ପରମ୍ପରା ଓଡ଼ିଶାରେ

ବିଶ୍ବର ବିଭିନ୍ନ ପ୍ରାନ୍ତରେ ପ୍ରାୟତଃ

ନବ ବର୍ଷ ତିଥି ଭିନ୍ନ

ଭାରତୀୟ ହିନ୍ଦୁ ଭାବେ ସୁଦ୍ଧା 

ବିଭିନ୍ନ ପ୍ରାନ୍ତରେ ଭିନ୍ନ ।


ଓଡ଼ିଆ ଅବା ହିନ୍ଦୁ ନୂଆ ବରଷ 

ପରମ୍ପରା ଆଧାରରେ

ସର୍ବତ୍ର ପାଳନ ହେଉଛି ନିହାତି

ନେପଥ୍ୟେ କୋଳାହଳରେ 

ଓଡ଼ିଆଙ୍କ ନୂଆ ବର୍ଷ କେମିତି ପାଳନ

କିଏ କରୁ ବା ନ କରୁ

ଗଣ ମାଧ୍ୟମ ଓ ସାହିତ୍ୟ ସଂସଦ

ଜଣାଇ ଦିଏ ଆଗରୁ

ସତେ ଅବା ସବୁ କିଛି ନୂଆ ନୂଆ 

ଘରେ ଅବା ସମାଜରେ

ପୁରୁଣା କାନ୍ଥରେ ନୂଆ ଲେପ ସମ

ପ୍ରାୟ ନୂଆ ଭାବନାରେ 

ସାହିତ୍ୟ ସଂସଦ ତରଫରୁ ପ୍ରାୟ

ଆସର ପ୍ରତିଯୋଗିତା

ଅଥବା ଗଣ ମାଧ୍ୟମରେ ଶୁଭେଚ୍ଛା

ସହ ମିଠା ମିଠା ବାର୍ତ୍ତା

ଯାତ୍ରା ଦଳ ନାଟକ ଶୀର୍ଷକ ସମ

ଭିନ୍ନ ଭିନ୍ନ ଶୀର୍ଷକରେ

ଗୋଟିଏ ବିଷୟ ଅବା ଘଟଣା ପାଇଁ

ଭିନ୍ନ ଭିନ୍ନ ସଂସଦରେ

ଛେନା ପୋଡ଼,ଶୁଖୁଆ ଓ ଚୋକଲେଟ 

ପିତା ମାତା ଙ୍କ ଦିବସ

ପ୍ରତିଦିନ ନୂଆ ନୂଆ ଦିବସକୁ ଜାଣି

ମନ ପ୍ରାୟତଃ ବିରଷ

ଓଡ଼ିଆ ଘରର ପିଲାଏ ଅଜ୍ଞତା

ଓଡ଼ିଆ ସଂସ୍କୃତି ପ୍ରତି

ଭାଷା ସାହିତ୍ୟ ଉନ୍ନତି ଆଢ଼ୁଆଳେ 

ମାନପତ୍ର ପ୍ରିୟା ପ୍ରୀତି

ଅର୍ଥ ବିନିମୟେ ସମ୍ଭର୍ଦ୍ଧନା ପର୍ବ

ଉପାଧି ସେହି ଧାରାରେ

ସାହିତ୍ୟ ଓ ଭାଷାର ବିକାଶ

ହେବ କି ଏହି ଭାବରେ!!!!

ନୂଆ ବର୍ଷ ଆସୁଛି ଯାଉଛି ପ୍ରାୟ

ଚିରାଚରିତ ଘଟଣା

ଇଏ ହର୍ଷ ଉଲ୍ଲାସ ନାମରେ ହୁଏ

ମାତ୍ର କୁମ୍ଭୀର କାନ୍ଦଣା

ଜାନୁଆରୀ ଏକ ତାରିଖରେ ଯେଉଁ

ହର୍ଷ ଉଲ୍ଲାସ ରହିଛି

ଓଡ଼ିଆ ନୂଆ ବର୍ଷରେ ସେଇ ଦୃଶ୍ୟ

ପ୍ରାୟ କଁ! ଭାଁ ହେଉଅଛି!!!!

ଓଡ଼ିଆ ନୂଆ ବର୍ଷ ନାମକୁ ମାତ୍ର

ଓଡ଼ିଆ ମୁଖରେ ଶୋଭା

ଓଡ଼ିଆ ଘରର ପିଲାଙ୍କ ମନରେ

ନାହିଁ ଓଡ଼ିଆର ଆଭା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama