STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

1 min
16


ପବିତ୍ର ଆର୍ଯ୍ୟାବର୍ତ୍ତରେ ଯଥାବିଧି

ମହାନତା ଗୁଣଗାନ

ମହାନ ଆତ୍ମାଙ୍କ ଅବଦାନ ପ୍ରତି

ଭକ୍ତି ନୈବେଦ୍ୟ ନିଦାନ

ବ୍ରହ୍ମାଣ୍ଡ ପାଳକ ଭଗବାନ ବିଷ୍ଣୁ

ସପ୍ତମ ଅବତାର ରେ

ଶ୍ରୀରାମ ରୂପରେ ଜନ୍ମି ସ୍ୱତନ୍ତ୍ରତା

ମର୍ଯ୍ୟାଦା-ବାନ ଆକାରେ

ଅଯୋଧ୍ୟାରେ ରଘୁ ବଂଶେ ଜାତ

ପିତା ଦଶରଥ କୋଳେ

ଚାରି ଭାଇ ସଙ୍ଗେ ପିଲାଦିନ ଖେଳ

ସବୁ ବେଳେ ଭାଇ ମେଳେ 

ଗୁରୁକୁଳ ଆଶ୍ରମରେ ଶିଷ୍ୟ ରୂପେ

ସ୍ୱାଭାବିକ ଆଚରଣ

ଗୁରୁଙ୍କ ଆଦେଶ ଶ୍ରଦ୍ଧାରେ ପାଳନ

ଥିଲା ହୃଦୟର ପଣ 

ତପ ସାଧନାରେ ବିଘ୍ନ ସୃଷ୍ଟିକାରୀ

ରାକ୍ଷସୀ କଲେ ନିଧନ

ସାଧାରଣ ଜୀବନ ଶୈଳୀ ସହ

ପରିଚିତ ଥିଲା ପ୍ରାଣ

ଶାପ ଗ୍ରସ୍ତ ଅହଲ୍ୟା ର ପରିତ୍ରାଣ

ଗୁରୁଙ୍କ ପ୍ରେରଣା ସହ

ଦୟା କ୍ଷମା କରୁଣାର ଅବତାର

ସହଜେ ହେଲା ପ୍ରତ୍ୟୟ

ଗୁରୁଙ୍କ ଆଦେଶ ଓ ଇଚ୍ଛା ପୁରଣେ

ଶିବ ଧନୁ ହେଲା ଭଗ୍ନ

ସୀତା ସ୍ଵୟମ୍ବର ବିଧିର ବିଧାନ

ପ୍ରାପ୍ତି ବିବାହ ବନ୍ଧନ


ଏକ ପତ୍ନୀ ସହ ଅତୁଟ ସମ୍ପର୍କ

ଜୀବନ ଯାତ୍ରା ପଥରେ

ଧୈର୍ଯ୍ୟ ସହ ସମସ୍ୟାର ସମ୍ମୁଖୀନ 

ପ୍ରତ୍ୟେକ ଅସୁବିଧାରେ

କୈକେୟୀଙ୍କ କୁମନ୍ତ୍ରଣା ଆଢ଼ୁଆଳେ 

ନିର୍ବାସନ ର ଆଦେଶ

ମଥାପାତି ରକ୍ଷା ହେଲା ପିତୃ ସତ୍ୟ

ଆଦରିଲେ ବନବାସ

ଭାତୃଭାବ ସଦା ଥିଲା ହୃଦୟରେ

ସୁସମ୍ପର୍କ ଭାତୃ ମେଳେ

ସ୍ୱେଚ୍ଛାକୃତ ଭାବେ ଲକ୍ଷ୍ମଣ ରହିଲେ

ପୁରା ବନବାସ କାଳେ 


ସୀତାଙ୍କ ହରଣ ପରେ ନିସଙ୍ଗତା 

ଭାବ ଥାଇ ହୃଦୟରେ

ଦଳିତ ବାନର-ସେନା ସଂଘଟିତ

ସହ ନେତୃତ୍ଵ ସେଥିରେ

ସୁଗ୍ରୀବଙ୍କ ସହ ହେଲା ମୈତ୍ରୀ ଭାବ

ବନ୍ଧୁ ଭାବ ହେଲା ପୂର୍ଣ୍ଣ

ଭେଟ ହେଲା ସେବାକାରୀ ହନୁମାନ

ଆଦେଶ ହେଲା ପାଳନ

ବାନର ସେନାଙ୍କ ସହାୟତା ବଳେ

ସେତୁବନ୍ଧର ନିର୍ମାଣ

ତପସ୍ୟାରେ ମଗ୍ନ ସହ ବିଧିବଦ୍ଧ

ନିର୍ମାଣ କାର୍ଯ୍ୟ ପୂରଣ 


ରାବଣ ନିଧନ ପରେ ଫେରି ଆସି

ଅଯୋଧ୍ୟା ସିଂହାସନରେ

ଅଭିଷିକ୍ତ ପରେ ରାଜ୍ୟର ଶାସନ

ହେଲା ଧର୍ମ ଆଧାରରେ

ଉତ୍ତମ ଶାସକ ରୂପରେ ମାନ୍ୟତା

କରିଲେ ପତ୍ନୀ ବର୍ଜନ

ପତ୍ନୀ ବିନା ପ୍ରତି କାମ ଧୈର୍ଯ୍ୟ ସହ

ହେଉଥିଲା ନିଷ୍ପାଦନ


ଧୈର୍ଯ୍ୟ,ସତ୍ୟ,ଧର୍ମ,ଭାତୃତ୍ବ,ବନ୍ଧୁତ୍ୱ

ସର୍ବ ଗୁଣେ ପରିପୂର୍ଣ୍ଣ

ଆଦର୍ଶ ଜୀବନ ଚରିତ୍ର ସହିତ

ଜଡ଼ିତ ଥିଲା ଜୀବନ

ପୁରୁଷଙ୍କ ମଧ୍ୟେ ଶ୍ରେଷ୍ଠ ଆସନରେ

ମର୍ଯ୍ୟାଦା ପୁରୁଷୋତ୍ତମ 

ଆଦର୍ଶ ଜୀବନ ଚରିତ୍ର ସଂଯୁକ୍ତ

ଯଥାର୍ଥତା ରାମ ନାମ

ରାମସ୍ୟ ଅୟନଂ ଇତି ରାମାୟଣମ୍

ଶ୍ରୀରାମ ଜୀବନ ଗାଥା

ଶ୍ରୀରାମଙ୍କ ଅବତାର ସମ୍ପର୍କିତ

ପରମ ପବିତ୍ର କଥା

ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମଙ୍କ 

ଯଶ ରହିଛି ଅକ୍ଷୁର୍ଣ୍ଣ 

ପ୍ରତି ପିତା ମାତା ପୁତ୍ର ପ୍ରତି ଆଶା  

ହେଉ ରାମ ପରି ଗୁଣ 

ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଚରଣେ

ତନ ମନ ସଦା ରହୁ

ଜୟ ଶ୍ରୀରାମ ଧ୍ୱନୀରେ ଏ ଧରା 

ସଦା ପ୍ରକମ୍ପିତ ହେଉ


ରାମଂ ଲକ୍ଷ୍ମଣମ୍ ପୁର୍ବଜମ୍ ରଘୁବରମ୍ 

ସୀତାପତି ସୁନ୍ଦରମ୍ 

କାକୁସ୍ଥମ୍ କରୁଣାକରମ୍ ଗୁଣନିଧିମ୍ 

ବିପ୍ରପ୍ରିୟମ୍ ଧାର୍ମିକମ୍ 

ରାଜେନ୍ଦ୍ରମ୍ ସତ୍ୟସନ୍ଧମ୍ ଦଶରଥ ତନୟମ୍ 

ଶ୍ୟାମଳମ୍ ଶାନ୍ତମୂର୍ତ୍ତିମ୍ 

ବନ୍ଦେ ଲୋକାଭିରାମଂ ରଘୁକୁଳତିଳକମ୍ 

ରାଘବମ୍ ରାବଣାରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama