STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ରୋହିଣୀ କୁଣ୍ଡ

ରୋହିଣୀ କୁଣ୍ଡ

1 min
25


ପୁରାଣ ବର୍ଣ୍ଣିତ ରୋହିଣୀ କୁଣ୍ଡର

ଅଛି ଅନେକ ଦୃଷ୍ଟାନ୍ତ

ଶ୍ରୀ ମନ୍ଦିର ବେଢ଼ା ବିମଳା ମନ୍ଦିର

ସମ୍ମୁଖରେ ଅବସ୍ଥିତ

ରୋହିଣୀ କୁଣ୍ଡର ଚଟାଣରେ ସ୍ଥିତ 

ମୁଗୁନି ପଥର ଦୁଇ

ଭାସ୍କର୍ଯ୍ୟ ଖୋଦିତ ହୋଇ ରହିଅଛି

କିମ୍ବଦନ୍ତୀ ସାଥେ ରହି

ନୀଳ ମାଧବଙ୍କ ପୂଜା ହେଉଥିଲା

ରୋହିଣୀ କୁଣ୍ଡ ପାଖରେ

ଭିନ୍ନ ଭିନ୍ନ ପୌରାଣିକ ତଥ୍ୟ ଅଛି

ଦାରୁ ବିଗ୍ରହ ପଛରେ

ନୀଳ ମାଧବ ହିଁ ପରବର୍ତ୍ତୀ କାଳେ 

ଦାରୁ ରୂପୀ ଜଗନ୍ନାଥ

ସେ ଗୂଢ ରହସ୍ୟ ପୁରାଣ ପୃଷ୍ଠାରେ

ପ୍ରସଙ୍ଗ ସହ ବର୍ଣ୍ଣିତ

ରୋହିଣୀ କୁଣ୍ଡ ରୁ ଦାରୁ ପ୍ରାପ୍ତି ପରେ

ବିଗ୍ରହ ହୋଇଛି ସୃଷ୍ଟି

କିମ୍ବଦନ୍ତୀ ସହ ପୌରାଣିକ ତଥ୍ୟ

ରହସ୍ୟ ଯୁକ୍ତ ସମ୍ପ୍ରତି

ପ୍ରଳୟ କାଳରେ ରୋହିଣୀ କୁଣ୍ଡର

ଜଳ ହୋଇଲା ବର୍ଦ୍ଧିତ

ସେହି ଜଳ ପୁଣି ବିଲୀନ ହୋଇଛି

କୁଣ୍ଡ ରହିଅଛି ମାତ୍ର

ଭୂଷଣ୍ଡ କାକ ର ହେଲା ମୋକ୍ଷ ପ୍ରାପ୍ତି 

ବୁଡି ରୋହିଣୀ କୁଣ୍ଡରେ

ଚତୁର୍ଭୁଜ ରୂପ ଧାରଣ ହୋଇଲା

ପ୍ରମାଣ ଅଛି କୁଣ୍ଡରେ

ନାଭି ଚକ୍ର ନାମେ ଅନ୍ୟ ଏକ କୁଣ୍ଡ

ରୋହିଣୀ କୁଣ୍ଡ ପାଖରେ

ନୀଳ ଚକ୍ର ଆକୃତିର ନାଭି ଚକ୍ର

ରସହ୍ୟ ଅଛି ସେଥିରେ

ମନ୍ଦିର ପ୍ରତିଷ୍ଠା ସମୟେ ବିବାଦ

ବ୍ରହ୍ମାଙ୍କ ଉପସ୍ଥିତିରେ

ଇନ୍ଦ୍ରଦ୍ୟୁମ୍ନ ଆଉ ଗାଲ ମାଧବଙ୍କ

ମନ୍ଦିର ସୃଷ୍ଟି ଦାବୀ ରେ

ଭୁଷଣ୍ଡ କାକ ସହିତ ନାଭି ଚକ୍ର

ରୋହିଣୀ କୁଣ୍ଡ ପାଖରେ 

ସାକ୍ଷୀ ରୂପେ ମୁଖ୍ୟ ଭୂମିକା ତୁଲାଇ

ଇନ୍ଦ୍ରଦ୍ୟୁମ୍ନ ସପକ୍ଷରେ

ବିଭିନ୍ନ ପ୍ରସଙ୍ଗ ରହିଛି ଜଡ଼ିତ

ରୋହିଣୀ କୁଣ୍ଡ ସହିତ

ଚଳନ୍ତି ବିଶ୍ୱାସ କୁଣ୍ଡ ଜଳ ସିଞ୍ଛି 

ଭକ୍ତ ହୁଅଇ ପବିତ୍ର

ଧନ୍ୟ ମହାପ୍ରଭୁ ଧନ୍ୟ ଶ୍ରୀମନ୍ଦିର

ଧନ୍ୟ ସେଇ ବଡ ଦାଣ୍ଡ 

ମନ୍ଦିର ବେଢ଼ାରେ ସବୁରି ମହତ୍ତ୍ଵ

ତା ମଧ୍ୟେ ରୋହିଣୀ କୁଣ୍ଡ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama