STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଯାମଳାର୍ଜୁନ ଭଞ୍ଜନ

ଯାମଳାର୍ଜୁନ ଭଞ୍ଜନ

1 min
34


ଶାପ ଗ୍ରସ୍ତ ଦୁଇ ଭାଇଙ୍କ ଅବଧି

ଶେଷ ହେଉଥିଲା ପ୍ରାୟ

କାହ୍ନୁ ରୂପୀ ପ୍ରଭୁ ଜାଣିଲେ ଅନ୍ତରେ

ଯୋଜନା କଲେ ନିର୍ଣ୍ଣୟ

ନଳ କୁବେର ଓ ମଣୀଗ୍ରୀବ ନାମେ

କୁବେରଙ୍କ ଦୁଇ ପୁତ୍ର

ସୁରା ପାନ ଆଉ ଯୁବତୀ ସଙ୍ଗତେ

ବିତୁଥିଲା ଦିନ ରାତ୍ର

ଉଲଗ୍ନ ଶରୀରେ ଦୁଇ ଭାଇ ଥିଲେ

ଜଳ କ୍ରୀଡ଼ାରେ ମଗନ 

ଦେବର୍ଷି ନାରଦ ଯାତ୍ରା ସମୟରେ 

ଜାଣିଲେ ସବୁ କାରଣ

କ୍ରୋଧିତ ମହର୍ଷି ଅଭିଶାପ ପାଇ

ବୃକ୍ଷ ରୂପକୁ ଧାରଣ

ଗୋପ ପୁର ନନ୍ଦ ରାଜା ଅଗଣାରେ

ନାମିତ ଯାମଳାର୍ଜ୍ଜୁନ

ମୁକ୍ତିର ଉପାୟ କୃଷ୍ଣ ଅବତାରେ

ସ୍ୱୟଂ କୃଷ୍ଣଙ୍କ ସ୍ପର୍ଶରେ

ଉଚିତ ସମୟ ଜାଣିଲେ କହ୍ନେୟା

ଯୋଜନା ସେହି ଭାବରେ ।


କୋମଳ ହୃଦୟ ମାତା ଯଶୋଦା ଙ୍କ

କାହ୍ନା କୁ ସହଜେ ଜଣା

ଦୁଷ୍ଟାମୀ,ଅଝଟ, ଅଳି ଓ ଅର୍ଦ୍ଦଳୀ 

ନିତି ଦିନିଆ ଘଟଣା

ଯଶୋଦା ମାତାଙ୍କୁ ବିରକ୍ତି କରିଲେ

ଭୋକର ଆଳ ଦେଖାଇ

ଘର ଜଞ୍ଜାଳ ରେ ବ୍ୟସ୍ତତା ସହିତ

ଆଶ୍ଵସନା ଦେଲେ ତହିଁ

ତଥାପି କହ୍ନେଇ ଅଝଟ ହୋଇଲେ

ଶୁଣିଲେନି ମାତା କଥା

ଭଙ୍ଗାରୁଜା ଘର ଭିତରେ କରିଲେ

ମାତା ମନ ହେଲା ବ୍ୟଥା

ମନେ ମନେ ଯଶୋଦା ମାତାଙ୍କ କ୍ରୋଧ

ବାନ୍ଧିବେ ଆଜି କାହ୍ନାକୁ 

ଘରେ ଥିବା ରଜ୍ଜୁ ନିଅଣ୍ଟ ହୋଇଲା

କାହ୍ନା ଅଙ୍ଗ ଘେରିବାକୁ

ମାତା ମନ କଥା ଜାଣିଲେ କହ୍ନେଇ

ମୁଚୁକୁନ୍ଦ ହସ ହସି

ନିଜେ ନିଜେ ତହିଁ ହୋଇଗଲେ ବାନ୍ଧି

ମାତା ଦେଖୁଥିଲେ ବସି

ଘର ଭିତରର କାମ ତଦାରଖେ

ମାତା ଯଶୋଦା ଙ୍କ ବ୍ୟସ୍ତ

ହଟିଆ ନଟିଆ ବାଳ କୃଷ୍ଣ ତହୁଁ 

ନାଟକ କଲେ ତ୍ୱରିତ

ବୃକ୍ଷ ଦୁଇଟିକୁ ଛୁଇଁ ଦେଲେ ଥରେ

ଉପୁଡ଼ି ଯିବା ସହିତ

ପୂର୍ବ ରୂପ ଫେରି ପାଇ ଦୁଇ ଭାଇ

ଶାପ ରୁ ହୋଇଲେ ମୁକ୍ତ

ଶାପ ମୁକ୍ତି ହେଲା ପରେ ଦୁଇ ଭାଇ

ଚଳିଲେ ନିଜ ପୁରକୁ 

ଦୁଧ ଦହି ଦେବି ବୋଲି କହି ମାତା

ଧରିଲେ ଦୁଷ୍ଟ କାହ୍ନା କୁ ।


କାହ୍ନା ମୁଖ ଚାହିଁ ପଚାରେ ଯଶୋଦା

କାହିଁକି କହୁଛୁ ମିଛ

ଗୋପ ନଗରରେ ହୁରି ପଡ଼ି ଅଛି

କାହ୍ନା ଉପାଡିଛି ଗଛ!

ଯଶୋଦା ମାତାର କଥା ଶୁଣି କାହ୍ନା 

କଥା ବୁଲେଇ କହିଲେ

ଭୋକ ହେଉଥିଲା ଗଛ ମୂଳେ ଥିଲି

ଗଛ ଭାଙ୍ଗି ଗଲା ବଳେ

ଭୋକ କଥା ଶୁଣି କାହ୍ନା କୁ କୋଳେଇ

ଘର ଭିତରକୁ ନେଲେ

ମାତାଙ୍କ ହାତରୁ ଦୁଧ ଦହି ଖାଇ

ସୁଖ ନିଦ୍ରାରେ ଶୋଇଲେ ।


ଧନ୍ୟ ପ୍ରଭୁ ତୁମ ବାଲ୍ୟ ଲୀଳା ଖେଳା 

ସହଜ ନୁହେଁ ବର୍ଣ୍ଣନ

କେତେ ପାପୀ, କେତେ ଶାପ ମୁକ୍ତି

ତୁମେ ହିଁ ମୂଳ କାରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama