STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ନଦୀ ଥିଲା ମାଳିନୀ ନାମରେ

ନଦୀ ଥିଲା ମାଳିନୀ ନାମରେ

1 min
280

 

ବାଙ୍କି ମୁହାଣ ନାମରେ ଯାହା ଆଜି ପରିଚିତ

ବହୁ ବର୍ଷ ପୂର୍ବେ କିତ୍ନୁ ନ ଥିଲା ସେପରି ଚିତ୍ର

ଶଙ୍ଖୁଆ ନଦୀର ଶାଖା ନଦୀ ଟିଏ ଭାବେ ଗଣା 

ଶ୍ରୀକ୍ଷେତ୍ରେ ମାଳିନୀ ନାମେ ଥିଲା ପ୍ରାୟ ଜଣାଶୁଣା

ନଦୀ,ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟରେ

ପ୍ରବାହିତ ହେଉଥିଲା ପୁରୀ ସହର ଭିତରେ

କାଳ କ୍ରମେ ନଦୀ ଗତି କଲା ବଡ ଶଙ୍ଖ ଧାରେ

ସାଗର ଗର୍ଭରେ ଲୀନ ହେଲା ଚକ୍ରତୀର୍ଥ ଠାରେ 

ବାଙ୍କି ମୁହାଣରୁ କ୍ରମେ ଦାରୁ ହୋଇଥିଲା ପ୍ରାପ୍ତ 

ତିନି ବିଗ୍ରହ ନିର୍ମାଣ ଓ ଶ୍ରୀମନ୍ଦିରେ ସ୍ଥାପିତ

କିମ୍ବଦନ୍ତୀ ତଥା ଜନ ଶ୍ରୁତି ତଥ୍ୟ ଆଧାରରେ

ଛଅ ଟି ରଥର ବିଧାନ ଥିଲା ରଥ ଯାତ୍ରାରେ

ବଡ ଶଙ୍ଖ ବା ବଳଗଣ୍ଡି ପର୍ଯ୍ୟନ୍ତ ତିନି ରଥ

ମାଳିନୀ ନଦୀ ପରେ ପୁଣି ଅନ୍ୟ ତିନୋଟି ରଥ

ଦୋଳ ଚାପ ଦ୍ଵାରା ବିଗ୍ରହଙ୍କ ହୁଏ ନଦୀ ପାର 

ପରେ ଅନ୍ୟ ତିନି ରଥେ ବିଜେ କରନ୍ତି ଠାକୁର


ମାଳିନୀ ନଦୀର ପୁଣି ଶାଖା ଥିଲା ବିସ୍ତାରିତ

ମୂଷା ନଦୀ ନାମେ ଥିଲା ପ୍ରାୟ ଅତି ପରିଚିତ

ଶ୍ରୀମନ୍ଦିର ଯିବା ପାଇଁ ନଦୀ ଘାଟ ଥିଲା ତହିଁ

ନଦୀ ପାର ହେବା ପାଇଁ ବ୍ୟବସ୍ଥା ବି ଥିଲା ରହି

ଯାତ୍ରୀଙ୍କ ସୁବିଧା ପାଇଁ ପୋଲ ହୋଇଲା ନିର୍ମିତ

ଅଠର ନଳା ନାମରେ ପୋଲ ହେଲା ନାମିତ


ମାଳିନୀ ନଦୀର ଗତି ପଥ ବଦଳିବା ପରେ

ପୋତି ହେଲା ନଦୀ ପଥ,ଶରଧାବାଲି ନାମରେ 

ଇତିହାସ କିମ୍ବଦନ୍ତୀ ସ୍ମୃତି କରିଛି ବହନ

ମାଳିନୀ ନଦୀର ନାମ କ୍ରମେ ରହିଛି ଗୋପନ

ଭିନ୍ନ ଭିନ୍ନ ମତବାଦ ମାଳିନୀ ନଦୀ ନାମରେ

ପ୍ରମାଣ ସତ୍ୟ ,ମାଳିନୀ ନଦୀ ଥିଲା ଶ୍ରୀକ୍ଷେତ୍ରରେ

ସେଇ ନଦୀ ଆମ ସଂସ୍କୃତିର ମଜବୁତ ଯୋଡ 

ଅଛି ଶ୍ରୀକ୍ଷେତ୍ରରେ ଯାହା ଆଜି ବଡ ଦାଣ୍ଡ,ବଡ

ବିଦ୍ୟାଧର ମନ୍ତ୍ରୀ 

ଅଳକାପୁରୀ,ବ୍ରହ୍ମପୁର,ଜିଲ୍ଲା...ଗଞ୍ଜାମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract