ଦୀର୍ଘସ୍ଥାୟୀ
ଦୀର୍ଘସ୍ଥାୟୀ
ଟୁନା ମୁନା ଥିଲେ ଦୁଇଟି ସାଙ୍ଗ,
ସବୁବେଳେ ବାଦବିବାଦ ରଙ୍ଗ |
ଦୁହିଁଙ୍କର ସ୍କୁଲ ପଢ଼ା ସରିଲା,
କଲେଜରେନାଁ ଲେଖା ହୋଇଲା |
ମନରେ ତାଙ୍କର ହେଲା ଭାଲେଣି,
କେମିତି କଲେଜ ଯିବେରେ ପୁଣି ।
ମୁନା ବାପା କରୁଥିଲେ ଚାକିରୀ,
ପୁଅକୁ ଦେଲେ ସେ ମୋଟର ଗାଡି |
ଟୁନା ବାପା ଯେଣୁ ଥିଲେରେ ଚାଷୀ,
ସାଇକେଲଟିରେ ତା ମନ ଖୁସି |
ଦିନପରେ ଦିନ ଗଲାରେ ଗଡି,
ଦୁହେଁ ଯାଉଥାନ୍ତି କଲେଜ ପଢି |
ମୁନା ମନେଥାଏ ଭାରି ଗରବ,
ବୁଲାବୁଲି କରି କଲେଜ ଯିବ |
ଟୁନା ପାଖେ କିନ୍ତୁ ସମୟ ନାହିଁ,
ସାଇକେଲ ଯାଇ ଭଲ ପଢ଼ଇ |
ଦିନୁଦିନ ମୁନା ହୁଏ ବାତରା,
ସାଙ୍ଗସାଥି ଧରି ଗାଡିବୁଲା |
ବଦଳିଗଲା ସମୟ ଚକ,
କରୋନା କାଁହୁ ଅଇଲା ଦେଖ |
ବଢିଲା ପେଟ୍ରୋଲ ଡିଜେଲ ଦର,
କମ୍ପାନୀ ବନ୍ଦ କଲେ ସରକାର |
ଏବେ ମୁନା ଦୁଃଖ ପଡିଲା ଭାଳି,
ପାରୁନାହିଁ ଆଉ ମୋଟର ଚଢ଼ି |
ଟୁନାବାପ ସିନା ଗରିବ ଚାଷୀ,
ପରିବା ବିକଇ ବଜାରେ ଆସି |
ରୋଜଗାର ସିଏ କରେ ସ୍ୱଚ୍ଛନ୍ଦେ,
ସାଇକେଲେ ମୁନା ଯାଏ ଆନନ୍ଦେ |
ତଁହୁ ଯେ ପରୀକ୍ଷା ସମୟ ହେଲା,
ମୁନାର କଥା ନ କହିଲେ ଭଲା |
ଟୁନା ଗଲା ସିନା ସାଇକେଲରେ,
ମୁନା ଡରିକରି ମୋଟର କାଢ଼େ |
ବାଟରେ ପୁଲିସ ଗାଡି ଧରିଲେ,
ଗାଡି ପ୍ରଦୂଷଣ ଚେକିଂ କଲେ |
ବହୁଦିନୁ ଯେଣୁ ଥିଲାରେ ପଡି,
ପ୍ରଦୂଷଣ ତାର ଯାଇଛି ବଢ଼ି |
ଫାଇନ ଆଦାୟ କଲେ ମୁନାକୁ,
କହିଲେ ଗାଡି ଚାଲିବନି କାଲିକୁ |
ମୁନା ହାତ ନେଇ ମଥାରେ ଦେଲା,
ଟୁନା ସାଇକେଲେ ଯିବା ଦେଖିଲା |
ଟୁନା ପଚାରିଲା ହେ ମୁନା ଭାଇ,
ପରୀକ୍ଷା ଦେବାକୁ ଯିବ କି ନାହିଁ ।
ମୁନା କହିଲା ମୁଁ ଯିବି କେମିତି,
ଗାଡି ଅବସ୍ଥା ମୋ ଅଟେ ଏମିତି |
ଏହାଶୁଣି ତାକୁ କହିଲା ଟୁନା,
ସାଙ୍ଗ ହୋଇ ଯିବା ଆସ ଭାଇନା |
ଅତି ଆନନ୍ଦ ଯେ ଅଳପ ସ୍ଥାୟୀ,
ଅତିଶୟ ଦିନେ ନାଶ ହୁଅଇ |
ସାଇକେଲ ହେଲେ କଅଣ ହେଲା,
ମୋଟର କାମ ବି କରଇ ଭଲା |
ନାହିଁ ପ୍ରଦୂଷଣ ନାହିଁରେ ତେଲ,
ପରିଶ୍ରମ ସ୍ୱାସ୍ଥ୍ୟ ପକ୍ଷରେ ଭଲ |
ଲାଇସେନ୍ସ ଲୋଡାନାହିଁ ଝୀଂଝଟ,
ଶରୀର ଓ ମନ ଉଭୟ ସୁସ୍ଥ |
ହେଲମେଟ, କାର୍ଡ ଲୋଡ଼ା ନୁହଇ,
ପେଡଲ ମାରିଲେ ଚାଲେରେ ଭାଇ |
ମୋଟର ଆୟୁଷ ପନ୍ଦର ବର୍ଷ,
ସାଇକେଲର ତ ଦୀର୍ଘ ଆୟୁଷ |
ମୁନା ହସି ହସି କହିଲା ଟୁନା,
ଆଖି ଖୋଲିଦେଲୁ ମୋର ଭାଇନା |
ସାଇକେଲ ନିଶ୍ଚେ କିଣିବି ମୁହିଁ,
ଯେଣୁ ସାଇକେଲ ଅଟେ ଦୀର୍ଘସ୍ଥାୟୀ |
ହସି ହସି ଦୁହେଁ କଲେଜ ଗଲେ,
ପରୀକ୍ଷା ଦେଇଣ ପ୍ରସ୍ଥାନ କଲେ |