Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ଶେଷ ପଥ ଜଗନ୍ନାଥ

ଶେଷ ପଥ ଜଗନ୍ନାଥ

1 min
9



ଜୀବନର ଚଲା ପଥେ ଭାଇ ବନ୍ଧୁ

ପୁଣି ସଖା ସହୋଦର 

ସୁଖରେ ଦୁଃଖରେ ଆଗରେ ପଛରେ

ଭେଟ ହୁଏ ବାରମ୍ବାର

ପଥ ଶେଷ ଅବା ଶେଷ ପଥ ଜାଣି

ଆପେ ଆପେ ଯିବେ ଦୂରେ

ଅଙ୍ଗ ଅବୟବ ନ ହେବ ସମର୍ଥ

ନିଜ ପଥ ଖୋଜିବାରେ

ଶେଷ ପଥ ଯାତ୍ରୀ ମାତ୍ର ଜଗନ୍ନାଥ

ସ୍ମରଣ ରହୁ ହୃଦରେ

କୈବଲ୍ୟ ର ରେଣୁ ନିର୍ମାଲ୍ୟ ଆକାରେ

ଜୀବ ଯିବା ସମୟରେ ।


ସ୍ଵର୍ଗଦ୍ଵାର ଅବା ମଶାଣି ଭୂଇଁ ରେ

ଦେହ ରଥ ଅଟକିବ

ରାମ ନାମ ସତ୍ୟ ହରି ନାମ ସତ୍ୟ

ଚାରି ପାଖେ ଶୁଭୁ ଥିବ

ନିଃଶ୍ୱାସ ସହିତ ବିଶ୍ୱାସ ତୁଟିଲେ

ନିଃଶ୍ୱାସ ର ପଥ ଶେଷ

କ୍ଷଣ ଭଙ୍ଗୁର ଏ ମଣିଷ ଜୀବନ 

ହୃଦେ କିମ୍ପା ହିଂସା ଦ୍ୱେଷ ।


ଜୀବନ ନାଟକେ ଶେଷ ଦୃଶ୍ୟ ପରେ

ମଞ୍ଚ ଅନ୍ଧାର ହୋଇବ

ଅଭିନୟ ପ୍ରତି ପ୍ରଶଂସା ର ସୁଅ 

ସେଇଠି ଅଟକି ଯିବ 

ଜୀବ ପ୍ରତି ଦୟା ନାମରେ ବିଶ୍ୱାସ

ପରୋପକାର ସେବାରେ

ଉତ୍ସର୍ଗୀତ ହେଉ କ୍ଷଣିକ ଜୀବନ

ମାନବିକତାର ଧାରେ 

ରଥ ପଥ ଜଗନ୍ନାଥ ର ରହସ୍ୟ

ଜୀବନ ସହ ଜଡ଼ିତ

ଜୀବନ ରୂପକ ରଥ ଯାତ୍ରା ପଥେ

ଶେଷ ପଥ ଜଗନ୍ନାଥ ।



Rate this content
Log in

Similar oriya poem from Drama